ଥଣ୍ତା ଓ କରୋନା, ଉଭୟ ଭୂତାଣୁଜନିତ ରୋଗ। ଭୂତାଣୁ ଓ ତା’ ଶରୀରର ଅ˚ଶକୁ ‘ଭିରିଅନ୍ସ’ କୁହାଯାଏ। ଭୂତାଣୁ କିମ୍ବା ଭିରିଅନ୍ସ ସୁସ୍ଥ ଲୋକର ଶରୀରକୁ ଆକ୍ରମଣ କରି ବ˚ଶବିସ୍ତାର କରେ। ଯାହାଦ୍ବାରା ସୁସ୍ଥ ଲୋକର ଜୀବକୋଷ ଦୁର୍ବଳ ଓ ରୋଗାକ୍ରାନ୍ତ ହୋଇଯାଏ। ତାହାକୁ ଭୂତାଣୁ ସ˚କ୍ରମଣ କୁହାଯାଏ। ଭୂତାଣୁ ବିଭିନ୍ନ ପ୍ରକାରର ଅଛି, ଯଥା ଡିଏନ୍ଏ, ଆର୍ଏନ୍ଏ ଇତ୍ୟାଦି। ଡିଏନ୍ଏ ଭୂତାଣୁ ଡବଲ ଷ୍ଟାଣ୍ତାର୍ଡ ଓ ସିଙ୍ଗିଲ ଷ୍ଟାଣ୍ତାର୍ଡ ଭଳି ବିଭିନ୍ନ ପ୍ରକାରର ଅଛି। ସେହିପରି ଆର୍ଏନ୍ଏ ଭୂତାଣୁ ପଜିଟିଭ୍ ସିଙ୍ଗଲ୍ ଷ୍ଟାଣ୍ତାର୍ଡ ଓ ନେଗେଟିଭ୍ ସିଙ୍ଗଲ ଷ୍ଟାଣ୍ତାର୍ଡ, ଡବଲ୍ ଷ୍ଟାଣ୍ତାର୍ଡ ପ୍ରକାରର ଅଛି। କରୋନ ଭୂତାଣୁ ପଜିଟିଭ୍ ସିଙ୍ଗଲ ଷ୍ଟାଣ୍ତାର୍ଡ ବିଭାଗର ଅଟେ। ସାଧାରଣ ଥଣ୍ତାର ଭୂତାଣୁଗୁଡ଼ିକ ହେଲା ଡିଏନ୍ଏ ଭୂତାଣୁ, ଆର୍ଏନ୍ଏ ଭୂତାଣୁ, ଆଡେନା ଭାଇରସ, ଇନ୍ଫ୍ଲୁଏନ୍ଜା ଓ ବିଭିନ୍ନ ପ୍ରକାରର ରେସ୍ପିରେଟୋରି ସିନ୍ସିଟିୟାଲ ଭୂତାଣୁ। ସାଧାରଣ ଥଣ୍ତା ଭୂତାଣୁର କେତୋଟି ସ୍ବଚ୍ଛନୀୟ ରୂପ ଅଛି। ସେଗୁଡିକ ହେଲା ଏନ୍ସେଫାଲାଇଟିସ୍, ମେନ୍ଜାଇଟିସ୍ ଇତ୍ୟାଦି। ଭୂତାଣୁଜନିତ ନିମୋନିଆ ସେତେ ଭୟାନକ ରୂପ ଧାରଣ କରେ ନାହିଁ। ଭୂତାଣୁ ଜନିତ ମାୟୋକାଡାଇଟିସ୍ ବେଳେବେଳେ ସ୍ବଚ୍ଛନୀୟ ରୂପ ଧାରଣ କରେ। ସାଧାରଣ ଥଣ୍ତା ଭୂତାଣୁ ରାଇନାଇଟିସ୍, କନଜଟିଭାଇଟିସ୍, ଲାରିଙ୍ଗ ଜାଇଟିସ୍, ଫାରିଙ୍ଗଜାଇଟିସ୍, ଟ୍ରାକାଇଟିସ୍ ଭଳି ଉପରଭାଗ ଶ୍ବାସନଳୀ ସ˚କ୍ରମଣ କରିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ତଳଭାଗ ଶ୍ବାସନଳୀର ଭୂତାଣୁ ସ˚କ୍ରମଣଗୁଡ଼ିକ ହେଲା ବ୍ରୋନ୍କାଇଟିସ୍, ବ୍ରୋନ୍କୋନିମୋନିୟା, ଫ୍ଲୁରାଇଟିସ୍ ଓ ନିମୋନିଆ କରିଥାଏ। କିନ୍ତୁ କରୋନା ଭୂତାଣୁର ୨୦ରୁ ଅଧିକ ଷ୍ଟ୍ରେନ୍ ରହିଛି। ସ˚ପ୍ରତି ବିଭିନ୍ନ ପ୍ରକାରର ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କରୋନା ଭୂତାଣୁର ଷ୍ଟ୍ରେନ୍ଗୁଡ଼ିକ ମଧ୍ୟରୁ ଓଡ଼ିଶାରେ ୫ଟି ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ସେଗୁଡ଼ିକ ହେଲା ୧୯-ଏ, ୧୯-ବି, ୨୦-ଏ, ୨୦-ବି ଓ ୨୦-ସି ଷ୍ଟ୍ରେନ୍ଗୁଡ଼ିକ ଓଡ଼ିଶା ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ଚିହ୍ନଟ ହୋଇଛି। ତାହା ମଧ୍ୟରୁ ୨୦-ସି ଷ୍ଟ୍ରେନ୍ ୯୫ରୁ ୯୯ ପ୍ରତିଶତ ଦେଶରେ ଲୋକଙ୍କୁ ସ˚କ୍ରମିତ କରିଥିଲା। ଅନ୍ୟ ପ୍ରମୁଖ ୪ଟି ଷ୍ଟ୍ରେନ୍ ୟୁରୋପ, ଆମେରିକା, ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାର ଅଳ୍ପ କେତୋଟି ସ୍ଥାନରେ ଚିହ୍ନଟ ହୋଇଥିଲା। କରୋନା ଟିକା ପ୍ରସ୍ତୁତିରେ ବିଭିନ୍ନ ପ୍ରକାରର ଷ୍ଟ୍ରେନ୍ ଓ ମ୍ୟୁଟେସନ୍ ବାଧା ସୃଷ୍ଟି କଲା। ମ୍ୟୁଟେସନ୍ ପ୍ରକ୍ରିୟା ଦ୍ବାରା ଏକ ପ୍ରକାର ରୂପାନ୍ତରିତ ଭୂତାଣୁ ପ୍ରଥମେ ଡେନ୍ମାର୍କର ଲୋକଙ୍କୁ ସ˚କ୍ରମିତ କରିଥିଲା। ଗତ ଅକ୍ଟୋବର ମାସରେ ସ୍ପେନ୍ ଦେଶର କିଛି କୃଷକଙ୍କଠାରେ ଏହି ରୂପାନ୍ତରିତ କରୋନା ଭୂତାଣୁ ୟୁରୋପକୁ ବ୍ୟପିଯାଇଥିଲା। ସେହି ଭୂତାଣୁ ଗତ କିଛିଦିନ ହେବ ବ୍ରିଟେନ୍ରେ ତାଣ୍ତବ କରୁଛି। ଏହି ରୂପାନ୍ତରିତ ଭୂତାଣୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ପ୍ରସ୍ତୁତ ହୋଇଥିବା ଟିକା ସେହି ଭୂତାଣୁମାନଙ୍କ ବିପକ୍ଷରେ କାମ କରିବ କି ନାହିଁ, ତାହା ଉପରେ ସନ୍ଦେହ ରହୁଛି। ଭୂତାଣୁ ରୂପାନ୍ତର ବା ମ୍ୟୁଟେସନ୍ ପ୍ରକ୍ରିୟା ନିୟମିତ ଭାବରେ ନହେବ ବୋଲି କହିହେବ ନାହିଁ। ତେଣୁ ବୈଜ୍ଞାନିକମାନେ ସତର୍କ କରାଇ ଦେଉଛନ୍ତି ଯେ, ରୂପାନ୍ତର ପ୍ରକ୍ରିୟା କରୋନା ବିରୋଧୀ ସ˚ଗ୍ରାମକୁ ଅକାମି କରିଦେଇପାରେ। ଏଭଳି ସ୍ଥିତିରେ କରୋନା ବିରୋଧରେ ସତର୍କତା ଅବଲମ୍ବନ କରିବା ବର୍ତ୍ତମାନ ଏକମାତ୍ର ଉପାୟ।
ସାଧାରଣ ଥଣ୍ତାରେ ନାକରୁ ପାଣି ଗଡ଼ିବା, ଆଖିରୁ ପାଣି ଗଡ଼ିବା, ବେଶି କଫ ସୃଷ୍ଟି ହେବା, କାଶ ହେବା, ମୁଣ୍ତ ବିନ୍ଧିବା, ଜ୍ବର ହେବା, ଛାତି ଓ ମା˚ସପେଶୀଗୁଡ଼ିକ ବ୍ୟଥା ହେବା, ଗଣ୍ଠି ବ୍ୟଥା ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ଶରୀରର ଅକ୍ସିଜେନ୍ ମାତ୍ରା ଠିକ୍ ରହିପାରେ ଓ ଅତ୍ୟଧିକ ଜ୍ବର ହୋଇ ନଥାଏ। କରୋନା ସ˚କ୍ରମଣରେ ଜ୍ବର, କାଶ, ଛାତି ବ୍ୟଥା, ପେଲି ହୋଇଥାଏ। ଖୁବ୍ ଶୀଘ୍ର ଶରୀରର ଅକ୍ସିଜେନ୍ ମାତ୍ରା କମିବାକୁ ଲାଗେ। ଫୁସ୍ଫୁସ୍ରେ ନିମୋନିଆ ହୋଇଥାଏ। ସେହି ନିମୋନିଆ ଅଳ୍ପ ସମୟ ମଧ୍ୟରେ ଫାଇବ୍ରୋସିସ୍ରେ ରୂପାନ୍ତରିତ ହୋଇଥାଏ। ଯାହାର ଚିକିତ୍ସା କରିବା କଷ୍ଟସାଧ୍ୟ ହୋଇଥାଏ। କରୋନାଜନିତ ନିମୋନିଆର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଅଟେ। ଅଳ୍ପ ସମୟ ମଧ୍ୟରେ ରେସ୍ପିରେଟୋରି ଫେଲ୍ୟୁଅର ହେଉଥିବାରୁ ଭେଣ୍ଟିଲେଟର ଆବଶ୍ୟକତା ହୋଇଥାଏ। ଏହି ଷ୍ଟେଜ୍ରୁ ଶତକଡ଼ା ୭୦ରୁ ୯୦ ପ୍ରତିଶତ ରୋଗୀ ମୃତ୍ୟୁମୁଖରେ ପଡ଼ନ୍ତି। ଅନ୍ୟ ଥଣ୍ତା ଭୂତାଣୁଜନିତ ରୋଗରେ ରୋଗୀର ଅବସ୍ଥା ଏତେ ସ୍ବଚ୍ଛନୀୟ ହୋଇ ନଥାଏ। ନିମୋନିଆ ଶୀଘ୍ର ଭଲ ହୋଇଯାଏ। ଫୁସ୍ଫୁସ୍ ଫାଇବ୍ରୋସିସ୍ ପ୍ରାୟ ହୁଏନି ବୋଲି କହିହେବ। ରେସ୍ପିରେଟୋରି ଫେଲ୍ୟୁଅର ହୁଏ ନାହିଁ ଓ ଭେଣ୍ଟିଲେଟରର ଆବଶ୍ୟକତା ହୋଇ ନଥାଏ। ମଲ୍ଟିଅରଗାନ ଫେଲ୍ୟୁଅର ମୋଟେ ହୁଏ ନାହିଁ। ଥଣ୍ତା ଭୂତାଣୁ ପାଇଁ ଅନେକ ପ୍ରକାର ଟିକା ବାହାରିଛି। କିନ୍ତୁ ସେଗୁଡ଼ିକ ଏତେ ଫଳପ୍ରଦ ହୁଏନାହିଁ। ଲକ୍ଷଣ ଜନିତ ଚିକିତ୍ସାରେ ଥଣ୍ତା ଭଲ ହୋଇଯାଏ। ଏନ୍ଫ୍ଲୁଏନ୍ଜା ଟିକା ଆମ ଦେଶରେ ବହୁଳ ଭାବରେ ବ୍ୟବହାର ହୋଇଛି। ତାହାର ପାର୍ଶ୍ବ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ବେଶୀ ପରିମାଣରେ ଦେଖାଯାଇ ନାହିଁ। କିନ୍ତୁ କରୋନା ଟିକାର ପାର୍ଶ୍ବ ପ୍ରତିକ୍ରିୟା ଓ ଉପକାରିତା ବିଷୟରେ କିଛି କହିହେବ ନାହିଁ।