ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଆଜି ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ଚାକିରିଆଙ୍କର ଉନ୍ନତି ଯୋଗ ରହିଛି। ନୂଆ ଗାଡ଼ି କିଣିବା ପାଇଁ ମନ ବଳାଇ ପାରନ୍ତି। ମହିଳାମାନେ ଘର ସଜାଇବାରେ ମନ ଲଗାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ମହାଦେବ।

 

ବୃଷ: ଆପଣଙ୍କୁ ଘରୋଇ ସମସ୍ୟାର ସାମନା କରିବାକୁ ପଡ଼ିପାରେ। ବ୍ୟବସାୟୀ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବେ। ଜମି ସମ୍ବନ୍ଧିତ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

 


ମିଥୁନ: ସମୟ ଅନୁକୂଳ। ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ। ଅଟକିଥିବା ସରକାରୀ କାମ ପୂରା ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ପ୍ରେମ ସମ୍ବନ୍ଧ ଭଲ ରହିବ। ବିଦ୍ୟାର୍ଥୀଙ୍କୁ ପରୀକ୍ଷା ସମ୍ବନ୍ଧରେ ଶୁଭ ଖବର ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସରସ୍ୱତୀ।

 


କର୍କଟ: ଆପଣ ସକାରାତ୍ମକ ମନୋଭାବ ଅନୁଭବ କରିବେ। ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିନେବେ। ନୂଆ ଯୋଜନା ଉପରେ କାମ ଆରମ୍ଭ କରିବେ। ଚାକିରି ସମ୍ବନ୍ଧିତ କୌଣସି ଭଲ ଖବର ମିଳିପାରେ। ଜୀବନସାଥୀଙ୍କ ସ୍ନେହ ଓ ସୁଖ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

 


ସିଂହ: କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବଂ ସଫଳ ହେବେ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ଅଚାନକ ଧନପ୍ରାପ୍ତି ହେବ। ବିଦେଶ ଯିବା ପାଇଁ ଯୋଜନା କରିବେ। ଛାତ୍ରଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ସତ୍ୟନାରାୟଣ।

 

କନ୍ୟା: ଉନ୍ନତି ସମନ୍ଧୀୟ ଉପଯୋଗୀ କଥା ସମ୍ମୁଖକୁ ଆସିବ। ଆୟ ବୃଦ୍ଧି ହେବ। ରାଜନୈତିକ ସଂପର୍କରୁ ସ୍ଥଗିତ ଥିବା କାମ ପୂରା ହୋଇଯିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

 

 

ତୁଳା: ଯୋଜନାକୁ କ୍ରିୟାନ୍ଵିତ କରିବା ଲାଗି ବିଚାର କରିବେ। ମିତ୍ରଙ୍କ ପୂରା ସହଯୋଗ ମିଳିବ। ଅଫିସରେ କୌଣସି ପୁରସ୍କାର ବା ପ୍ରଶଂସା ମିଳିପାରେ। ବିଦ୍ୟାର୍ଥୀଙ୍କୁ ସଫଳତା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଲିଙ୍ଗରାଜ।

 

 

ବିଛା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ପରିଶ୍ରମର ଫଳ ଦ୍ଵିଗୁଣା ପାଇବେ। ଚାକିରିଜୀବୀ ନୂଆ ଚାକିରିର ଅନେ୍ଵଷଣ କରିବେ। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ ଓ ମଧୁରତା ବୃଦ୍ଧି ହେବ। ଶିକ୍ଷକଙ୍କ ପୂରା ସହଯୋଗ ଆପଣଙ୍କୁ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ହର ପାର୍ବତୀ।

 

ଧନୁ: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। କ୍ୟାରିୟର୍‌ର ଠିକ୍‌ ଦିଶାରେ ଅଗ୍ରସର ହେବେ। ବ୍ୟବସାୟରେ ଫାଇଦା ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭୈରବୀ।

 

ମକର: ଅଫିସରେ ଆଜି ବିଶୃଙ୍ଖଳା ଦେଖାଦେବ। ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ରଖନ୍ତୁ। ବିଦେଶରେ ଉଚ୍ଚଶିକ୍ଷା ଲାଗି ଅବସର ମିଳିପାରେ। ପାରିବାରିକ ମାମଲାରେ ବଡ଼ ଫଇସଲା ନେଇ ପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

କୁମ୍ଭ: ଆପଣ କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। ଜୀବନସାଥୀଙ୍କ ସହିତ ତାଳମେଳ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


ମୀନ: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ପ୍ରତିଯୋଗିତାରେ ସଫଳତା ପାଇବେ। ବ୍ୟବସାୟୀ ଆଜି ଯୋଜନା ପ୍ରସ୍ତୁତ କରିବେ। ଚାକିରିଆଙ୍କର ଉନ୍ନତି ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ସବୁଜ। ଆରାଧନା: ସୂର୍ଯ୍ୟଦେବ।

ସମ୍ବନ୍ଧିତ ଖବର