ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିବେଶ ମାମଲାରେ ଆପଣଙ୍କୁ କୌଣସି ନୂଆ ପରାମର୍ଶ ମିଳିପାରେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ବିଶେଷ ଫାଇଦା ହୋଇପାରେ। ସ୍ବାସ୍ଥ୍ୟ ମାମଲାରେ ଦିନଟି ଠିକ୍‌ଠାକ୍‌ ରହିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ ସ୍ତରରେ ଖୁସିରେ ବୃଦ୍ଧି ହେବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

ମିଥୁନ: ଦିନଟି ଆବେଗ ଭରା ରହିବ। ମନ ଚାହୁଁଥିବା କ˚ପାନିରେ ଚାକିରି ମିଳିବା ହେତୁ ଖୁସି ହେବେ। ବନ୍ଧୁଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ଛାତ୍ରୀଙ୍କୁ ପରିଶ୍ରମର ବଢ଼ିଆ ପରିଣାମ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀକୃଷ୍ଣ।

କର୍କଟ: କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେତୁ ପୀଡ଼ା ଦୂର ହେବ। ଆପଣଙ୍କ ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ ହେବ। ବେପାରିଙ୍କୁ ଅଚାନକ ଧନଲାଭ ହୋଇପାରେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଗାୟତ୍ରୀ।

ସି˚ହ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ସଫଳତା ଓ ଉଚ୍ଚପଦ ମିଳିବାର ଯୋଗ ରହିଛି। ଅନ୍ୟମାନଙ୍କ ସହିତ ଆପଣଙ୍କର ବଢ଼ିଆ ତାଳମେଳ ବଜାୟ ରହିବ। ଛାତ୍ରଙ୍କର ପଢ଼ିବାରେ ପ୍ରଦର୍ଶନ ଭଲ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ବଗଳାମୁଖୀ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିବା ହେତୁ ଟିକେ ବ୍ୟଥିତ ହେବେ। ପଇସା ନେଣେ ଦେଣେରେ ନିବୃତ୍ତ ରହନ୍ତୁ। ପରିବାର ଲୋକଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରି ପାରନ୍ତି। ସୁଷମ ଖାଦ୍ୟ ଭୋଜନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ତୁଳା: ଆଜି ଆପଣଙ୍କର ବଡ଼ରୁ ବଡ଼ କାର୍ଯ୍ୟ ହୋଇଯିବ। ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଆର୍ଥିକ ରୂପେ ଆପଣଙ୍କୁ ମାତା ପିତାଙ୍କ ସାହାଯ୍ୟ ମିଳିବ। ଅଫିସରେ ଆପଣଙ୍କର ସମସ୍ତଙ୍କ ସହିତ ବଢ଼ିଆ ତାଳମେଳ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭୈରବୀ।

ବିଛା: କାରବାରରେ ଆପଣଙ୍କୁ ଲାଭ ହି ଲାଭ ହେବ। ଚାକିରିଆଙ୍କୁ ଭଲ ଖବର ମିଳିପାରେ। ଶିକ୍ଷକଙ୍କ ଲାଗି ସଫଳତାର ଦିନଟିଏ। ରାଜନୀତିରେ ସଫଳତା ପାଇବେ। ଆପଣଙ୍କର ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

ଧନୁ: ପୂର୍ବରୁ କରିଥିବା କାମରେ ଆଜି ଆପଣଙ୍କୁ ଲାଭ ମିଳିବ। କାରବାର ସମ୍ବନ୍ଧୀୟ ଯାତ୍ରା କରିବାକୁ ପଡ଼ିପାରେ। କବିମାନେ ନୂଆ କବିତା ରଚନା କରିବେ। ପରିବାରରେ ଖୁସିର ମାହୋଲ ରହିବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ବଢ଼ିଆ ପରିଣାମ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ମକର: କୌଣସି କାମକୁ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ପରିବାରର ବଡ଼ ଫଇସଲା ନେବା ପୂର୍ବରୁ ସମସ୍ତଙ୍କ କଥା ଶୁଣନ୍ତୁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। ଆପଣଙ୍କ କାମ ଧନ୍ଦାରେ ସ୍ଥିରତା ବଜାୟ ରହିବ। ଆପଣଙ୍କୁ କୌଣସି ମହିଳା ମିତ୍ରଙ୍କ ସହଯୋଗ ମିଳିପାରେ। କାନୁନ ବିବାଦ ସମାପ୍ତ କରିବାରେ ସଫଳତା ମିଳିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ମୀନ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ଆପଣଙ୍କ କଳ୍ପନା ଶକ୍ତିରେ ଆପଣଙ୍କୁ ଲକ୍ଷ୍ୟ ମିଳିବ। ପ୍ରତିଷ୍ଠା ବଢ଼ିବ ଏବ˚ କାରବାରରେ ଉନ୍ନତି ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସମ୍ବନ୍ଧିତ ଖବର