ଜାଣନ୍ତୁ ଆଜିର ରାଶିଫଳ

ମେଷ: କହିବା ଶୈଳୀରେ ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ। ଭଲ ଚାକିରିର ସୁଯୋଗ ଆସିବ। ଜୀବନସାଥୀ ସହିତ ଧର୍ମକାର୍ଯ୍ୟରେ ମନ ଲଗାଇବେ। ‌

ବୃଷ: ପୁରୁଣା ଟେଣ୍ଡର ସରିଲେ ନୂଆ ଟେଣ୍ଡର ପାଇବେ। ଇଂଜିନିୟର ନିଜର ଅନୁଭବ ଠିକ୍ ଦିଶାରେ ପ୍ରୟୋଗ କରିବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ‌

ମିଥୁନ: ସ୍ବାସ୍ଥ୍ୟ ପୂର୍ବାପେକ୍ଷା ବହୁତ ଭଲ ରହିବ। ଅଫିସରେ ବାକିଥିବା କାମ ସରିବ। ଅଚାନକ ଧନଲାଭ ହେବ। ସନ୍ଧ୍ୟାରେ ଜୀବନସାଥୀ ସହିତ ସମୟ ଭଲରେ ବିତିବ।‌

କର୍କଟ: ନିଜର କାମ ପାଇଁ ଦିନଟି ଶୁଭ। କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ସନ୍ଧ୍ୟାରେ ବନ୍ଧୁ ସହିତ ଦୀର୍ଘ ସମୟ କଥା ହେବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ‌

ସିଂହ: ବିବାହିତମାନେ ଜୀବନକୁ ଆନନ୍ଦମୟ କରିବାକୁ ଚେଷ୍ଟା କରିବେ। ବେସରକାରୀ ଚାକିରିଆଙ୍କୁ ନୂଆ ପ୍ରକଳ୍ପ ମିଳିବ। ପ୍ରେମିକା ସହ ସମ୍ବନ୍ଧରେ ମଧୁରତା ବଢ଼ିବ।‌

କନ୍ୟା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ଲାଗି ଫଳପ୍ରଦ ହେବ। ଆପଣଙ୍କର କିଛି ନୂଆ ବନ୍ଧୁ ହୋଇପାରନ୍ତି। ‌

ତୁଳା: ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ରହିବେ। ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଅବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

ବିଛା: ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ନୂଆ କାମରେ ଆଶାନୁରୂପ ଫଳ ପାଇବେ। ଜୀବନସାଥୀଙ୍କ ସହିତ ସମୟ ବିତାଇବେ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।

ଧନୁ: ବ୍ୟବସାୟରେ ଧନଲାଭର ଯୋଗ ରହିଛି। ଆଶା ରଖିଥିବା କଂପାନିରେ ଚାକିରି ମିଳିବାରୁ ମନ ଖୁସି ହେବ। ପରିବାର ସହ ସ୍ବାଦିଷ୍ଠ ଭୋଜନ କରି ଆନନ୍ଦ ପାଇବେ।

ମକର: ଭାବପ୍ରବଣ ହୋଇପାରନ୍ତି। ଚିକିତ୍ସା କ୍ଷେତ୍ରରେ ଥିବା ବ୍ୟକ୍ତି କିଛି ନୂଆ ଶିଖିବେ। ବ୍ୟବସାୟୀଙ୍କ ଲାଭ ହେବ। ପ୍ରେମୀଯୁଗଳ ଏକାଠି ସମୟ ବିତାଇବେ।

କୁମ୍ଭ: ଯାହା କରିବାକୁ ଚାହିବେ ଆରାମରେ ସଂପୂର୍ଣ୍ଣ ହୋଇଯିବ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇଲେ ଦିଗୁଣା ଲାଭ ମିଳିପାରେ। ସାଥୀ ଆପଣଙ୍କ ଭାବନାକୁ ବୁଝିବେ।

ମୀନ: କୌଣସି କାମ ବଡ଼ଭାଇଙ୍କ ସାହାଯ୍ୟରେ ପୂରା ହେବ। ନୂଆ ଜମି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖନ୍ତୁ। କୌଣସି ସହପାଠୀ ଆପଣଙ୍କୁ ମନର କଥା କହିବେ।

ସମ୍ବନ୍ଧିତ ଖବର