ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଲାଗି ଉନ୍ନତି ଓ ଲାଭ ମିଳିବାର ଦିନଟିଏ। ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ। ଘରେ ଖୁସିର ମାହୋଲ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ‌

ବୃଷ: ଆପଣଙ୍କର ଧ୍ୟାନ ଅଧ୍ୟାତ୍ମ୍ୟ ଦିଗକୁ ଅଧିକ ରହିବ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିଦେବ। ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିପାରେ।‌

ମିଥୁନ: ଆପଣଙ୍କ ଲାଗି ଦିନଟି ଖୁସି ଭରା ରହିବ। କୌଣସି ଜରୁରୀ ଯୋଜନା ସଫଳ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।‌

କର୍କଟ: ଆପଣଙ୍କ ମସ୍ତିଷ୍କରେ ନୂଆ ନୂଆ ଚିନ୍ତା ଘୂରି ବୁଲିବ। କାମରେ ଭଲ ପ୍ରଦର୍ଶନ ପାଇଁ ନୂଆ ଉଦ୍ୟମ କରିବେ। ଜୀବନସାଥୀଙ୍କ ଠାରୁ ଦାମିକା ଉପହାର ପାଇବେ।

ସିଂହ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଜମିରେ ନିବେଶ କରନ୍ତୁ, ଯଥେଷ୍ଟ ଲାଭ ପାଇବେ। ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଖର୍ଚ୍ଚ କରିବେ।

କନ୍ୟା: ଦୈନିକ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ଆପଣଙ୍କ ଭଲ ବ୍ୟବହାରରେ ସହକର୍ମୀ ପ୍ରଭାବିତ ହେବେ। ବ୍ୟବସାୟ ଲାଗି ଦିନଟି ଭଲ। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି।

ତୁଳା: କାମ ନେଇ ଅଧିକ ସକ୍ରିୟ ରହିବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକମାନଙ୍କୁ ପ୍ରଭାବିତ କରିବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।

ବିଛା: ପୂର୍ବ ବିବାଦର ଫଇସଲା ଆପଣଙ୍କ ପକ୍ଷରେ ଆସିବ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।

ଧନୁ: ଉପାର୍ଜନ ଲାଗି ନୂଆ ଜ୍ଞାନ ପାଇବେ। ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ। ଛାତ୍ରଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ସୁଫଳ ମିଳିବ।

ମକର: ଆପଣଙ୍କ ବ୍ୟଙ୍ଗାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ କାମ ପୂରା ହେବ। ଆର୍ଥିକ ଚିନ୍ତା ଦୂର ହେବ। ପ୍ରେମ ସମ୍ବନ୍ଧରେ ଘନିଷ୍ଠତା ବଢ଼ିବ।

କୁମ୍ଭ: କାମରେ ଖୁବ୍ ସକ୍ରିୟ ରହିବେ। ବନ୍ଧୁମାନଙ୍କର ସହଯୋଗ ପାଇବେ। ଧନଲାଭର ନୂଆ ମାର୍ଗ ଖୋଲିବ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ।

ମୀନ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ପୂର୍ବରୁ କରିଆସୁଥିବା କାମରୁ ଲାଭ ମିଳିପାରେ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଅନ୍ତରଙ୍ଗ ବନ୍ଧୁଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର