ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। କାମରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଘରକୁ କୌଣସି ବନ୍ଧୁ ଆସିବେ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ଅବସର ପାଇବେ।

ବୃଷ: ପରିବାର ଲୋକଙ୍କ ସହଯୋଗ ମିଳିବ। କିଛି ଜରୁରୀ ନିଷ୍ପତ୍ତି ଆପଣଙ୍କୁ ଲାଭ ଦେଇପାରେ। ଆପଣଙ୍କ ଧ୍ୟ‌ାନ କାମ ସଂପୂର୍ଣ୍ଣ କରିବାରେ ଲାଗି ରହିବ।

ମିଥୁନ: କୌଣସି କାମରେ ଅଧିକ ଯାଆସ କରିବାକୁ ପଡ଼ିପାରେ। ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ଆଜି କାହାରିକୁ ଧାର ଦେଲେ ଆର୍ଥିକ ସ୍ଥିତି ଦୁର୍ବଳ ହେବ।

କର୍କଟ: ଉନ୍ନତି ପାଇଁ ନୂଆ ମାର୍ଗ ନଜର ଆସିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ। ଆପଣଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ସିଂହ: ଅଫିସ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବେକାରଙ୍କୁ ରୋଜଗାରର ଅବସର ପ୍ରାପ୍ତ ହେବ।

କନ୍ୟା: ଜୀବନସାଥୀଙ୍କ ସଫଳତା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। ଛାତ୍ର ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ।

ତୁଳା: ଅଫିସରେ କାମର ବୋଝ ବଢ଼ିପାରେ। ପାରିବାରିକ କାମ ସଂପୂର୍ଣ୍ଣ କରିବାରେ ପରିବାର ଲୋକଙ୍କ ସହଯୋଗ ପାଇବେ। ଆପଣଙ୍କୁ ଲାଭର ଅବସର ପ୍ରାପ୍ତ ହେବ।

ବିଛା: କୌଣସି ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଆପଣଙ୍କୁ ରୋଜଗାରର ଉଚିତ ଅବସର ପ୍ରାପ୍ତ ହେବ। ମହିଳାମାନେ ଖୁସିର ସହ ଜିନିଷପତ୍ର କିଣିବେ।

ଧନୁ: ବ୍ୟବସାୟୀଙ୍କୁ ଧନଲାଭ ହେବ। ସିଭିଲ୍ ଇଂଜିନିୟର୍‌ଙ୍କୁ କୌଣସି ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିପାରେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।

ମକର: କରିଆସୁଥିବା କାମରେ ଯଥେଷ୍ଟ ଲାଭ ପାଇବେ। କିଛି ନୂଆ ବନ୍ଧୁ ବନାଇବାର ସମ୍ଭାବନା ଅଛି। ଛାତ୍ରମାନେ ଏକାନ୍ତ ଜାଗାରେ ଅଧ୍ୟୟନ କରନ୍ତୁ।

କୁମ୍ଭ: ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ କରିବାକୁ ଭାବୁଥିଲେ ତାହା ପୂରା ହୋଇଯିବ। ଓକିଲଙ୍କ ଲାଗି ଦିନଟି ଅନୁକୂଳ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ।

ମୀନ: ପୂର୍ବ କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଘରକୁ ଅଚାନକ କୌଣସି ବନ୍ଧୁ ଆସିପାରନ୍ତି। ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ।

ସମ୍ବନ୍ଧିତ ଖବର