ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପହାର ଦେଇପାରନ୍ତି। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହୋଇଯିବ।

ବୃଷ: ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ପରିବାରରେ ସୁଖ ଶାନ୍ତି କାଏମ୍ ରହିବ।

ମିଥୁନ: ନିଜ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ବ୍ୟବସାୟରେ ଅଚାନକ ଧନଲାଭର ସୁଯୋଗ ପାଇବେ। ସାଥୀ ସହିତ ସିନେମା ଦେଖିବାର ଯୋଜନା କରିବେ।

କର୍କଟ: ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି। ଅଫିସରେ ପଦୋନ୍ନତି ମିଳିବାର ସୁଯୋଗ ରହିଛି। ପାରିବାରିକ କାମରେ ବନ୍ଧୁଙ୍କର ସାହାଯ୍ୟ ପାଇବେ। ପ୍ରେମ ସଂପର୍କ ନିବିଡ଼ ହେବ।

ସିଂହ: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ପୂର୍ବ ଅଶାନ୍ତି ସମାପ୍ତ ହୋଇପାରେ। କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଯଥେଷ୍ଟ ଲାଭ ହେବ।

କନ୍ୟା: ଆପଣଙ୍କର ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ମଜଭୁତ ହେବ। କୌଣସି କାର୍ଯ୍ୟ କରିବା ଲାଗି ଯୋଜନା କରିବେ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ।

ତୁଳା: ଆପଣଙ୍କର ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ। ପାରିବାରିକ ଜୀବନ ସୁଖକର ହେବ।

ବିଛା: ଆପଣଙ୍କର ସ୍ବଭାବ ସକାରାତ୍ମକ ରହିବ। ବେପାରରେ ବଡ଼ କଂପାନି ସହିତ ସଉଦା କରିବାର ସୁଯୋଗ ଆସିବ। ପିଲାଙ୍କ କ୍ୟାରିୟର ଲାଗି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

ଧନୁ: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ପ୍ରିୟ ବନ୍ଧୁ ସହିତ ସାକ୍ଷାତ ହୋଇପାରେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ଘରେ ଖୁସିର ଆଗମନ ହେବ।

ମକର: ସନ୍ତାନଙ୍କ କ୍ୟାରିୟରକୁ ନେଇ ମନରେ ଚିନ୍ତା ରହିବ। ଅଫିସରେ ଅଧିକ ସମୟ ପରିଶ୍ରମ କଲେ ଯାଇ ଅବଶିଷ୍ଟ କାମ ପୂରା ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କୁମ୍ଭ: ଆପଣଙ୍କ ପଥରେ ଆସୁଥିବା ବାଧା ଦୂର ହେବ। ସନ୍ତାନ୍ତ ଆପଣଙ୍କର ବ୍ୟବସାୟରେ ପୂରା ସହଯୋଗ କରିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

ମୀନ: ଯୋଜନା ତିଆରି ଏବଂ କ୍ରିୟାନ୍ବିତ କରିବା ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କୌଣସି ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ଇଚ୍ଛା ହେବ।

ସମ୍ବନ୍ଧିତ ଖବର