ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭ୍ରମଣ ସୁଖଦ ହେବ। ବ୍ୟବସାୟରେ ସକାରାତ୍ମକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ଭଲ ହେବ। ପାରିବାରିକ ସମ୍ବନ୍ଧରେ ଭଲ ତାଳମେଳ ରହିବ।

ବୃଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ମନ ପ୍ରସନ୍ନ ରହିବ। ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପାରିବାରିକ ଜୀବନ ସୁଖକର ହେବ।

ମିଥୁନ: ଆପଣଙ୍କର କୌଣସି ଜରୁରୀ କାମ ପୂରା ହୋଇପାରେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ। ସମାଜରେ ଆପଣଙ୍କର ଖ୍ୟାତି ବଢ଼ିବ।

କର୍କଟ: ଛୋଟଛୋଟ କଥା ଉପରେ ଧ୍ୟାନ ଦିଅନ୍ତୁ। ଚାକିରି ବୃତ୍ତିରେ ସଫଳତା ପାଇବେ। ଅଧିକାରୀଙ୍କ ସହିତ ଭଲ ବ୍ୟବହାର ବଜାୟ ରଖିବା ଦରକାର।

ସିଂହ: ଦିନଟି ଆପଣଙ୍କ ଲାଗି ବହୁତ ଭଲ। ଧନଲାଭର ଅବସର ପାଇବେ। ଅଯଥା କଥାଠୁଁ ଦୂରରେ ରୁହନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କନ୍ୟା: ଅଧିକାରୀମାନଙ୍କ ସହିତ ବିଶେଷ ପ୍ରସଙ୍ଗରେ କଥାବାର୍ତ୍ତା‌ ହେବେ। କାମ ନେଇ ଜୀବନସାଥୀଙ୍କ ପରାମର୍ଶ ନେବା ଭଲ। ଆର୍ଥିକ ସ୍ଥିତି ମଜଭୁତ ହେବ। ବିଜ୍ଞାନ ଛାତ୍ର କିଛି ନୂଆ ଶିଖିବେ।

ତୁଳା: କ୍ୟାରିୟରରେ ଉନ୍ନତିର ଯୋଗ ରହିଛି। ବରିଷ୍ଠଙ୍କ ସହିତ କୌଣସି ବିଷୟରେ କଥା ହେବେ। ବୈବାହିକ ଜୀବନ ଖୁସିଭରା ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ବିଛା: କୌଣସି କାମରେ ଆପଣଙ୍କୁ ଭାଇ ଭଉଣୀ ସହଯୋଗ କରିବେ। ଉନ୍ନତି ପାଇଁ ନୂଆ ପଥ ଖୋଲିବ। ବାହନ କିଣିବା ଲାଗି ମନ କହିବ। ପରିବାରରେ ସମସ୍ତଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ଧନୁ: ପରିବାରରେ ସମସ୍ତଙ୍କର ଇଚ୍ଛା ପୂରା କରିବାରେ ସଫଳ ହେବେ। ସନ୍ତାନଠୁଁ ସୁଖର ଅନୁଭୂତି ପାଇବେ। ବ୍ୟବସାୟ କାମରେ ବିଶେଷ ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ।

ମକର: ଅଫିସ କାମରେ ବ୍ୟସ୍ତ ରହିବେ। ସବୁ ସମସ୍ୟାର ସମାଧାନ ହେ‌ବ। ଆର୍ଥିକ ପକ୍ଷ ମଜଭୁତ ରହିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ହେବେ।

କୁମ୍ଭ: ପରିଶ୍ରମର ସୁଫଳ ପାଇବେ। ସହକର୍ମୀ ଆପଣଙ୍କୁ ସାହାଯ୍ୟର ହାତ ବଢ଼ାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀ ଶାନ୍ତିରେ ପଢ଼ାଲେଖା କରନ୍ତୁ।

ମୀନ: ଶୁଭ ସମ୍ବାଦ ମିଳିବା ଯୋଗୁଁ ପରିବାରରେ ଭଲ ପରିବେଶ ରହିବ। କ୍ୟାରିୟରରେ ସଫଳତା ମିଳିବ। ବିରୋଧୀମାନେ ଆପଣଙ୍କ ସମ୍ମୁଖକୁ ଆସିବା ପାଇଁ ଭୟକରିବେ।

ସମ୍ବନ୍ଧିତ ଖବର