କୃପାଜଳରେ ଇଣ୍ଡଷ୍ଟ୍ରି ଇନ୍‌ଷ୍ଟିଚ୍ୟୁଟ୍‌ ପାର୍ଟନରସିପ୍‌

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ ସହଯୋଗରେ କୃପାଜଳ ଇଞ୍ଜିନିୟରିଂ କଲେଜ୍‌ରେ ଇଣ୍ଡଷ୍ଟ୍ରି ଇନ୍‌ଷ୍ଟିଚ୍ୟୁଟ୍‌ ପାର୍ଟନରସିପ୍‌ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ କଲେଜ୍‌ ଚେୟାରମ୍ୟାନ୍‌ ଡ. ଭବାନୀ ପ୍ରସାଦ ରଥ, ପ୍ରିନ୍‌ସିପାଲ ଡ. ନିରଞ୍ଜନ ରଥ, ଡାଇରେକ୍ଟର ବିଭୂତି ଭୂଷଣ ରଥଙ୍କ ଉପସ୍ଥିତିରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଟେରିଟୋରି ଟେକ୍ନିକାଲ ମ୍ୟା‌ନେଜର ଶ୍ୟାମସୁନ୍ଦର ମିଶ୍ର, ଟେରିଟୋରି ଏକ୍‌ଜିକ୍ୟୁଟିଭ୍‌ ଅମୟ ମହାନ୍ତି ଉଦ୍‌ଘାଟନ କରିଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜାଗାରୁ ରାଜମିସ୍ତ୍ରିମାନେ ଯୋଗ ଦେଇଥିଲେ। ନିର୍ମାଣ କ୍ଷେତ୍ରରେ ବିଭିନ୍ନ କୌଶଳ ଆପଣେଇଲେ କିଭଳି ସହଜରେ ଅଧିକ କାର୍ଯ୍ୟ କରି ହେବ ସେ ନେଇ ଅବଗତ କରାଯାଇଥିଲା। ଶେଷରେ ବୈଷୟିକ ଅଧିବେଶନରେ ହୋଇଥିବା ପ୍ରତିଯୋଗିତାରେ ୫୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର