ବାରଙ୍ଗ : ଜମି ବିବାଦରୁ ଆକ୍ରମଣ, ୨ ଗୁରୁତର

ବାରଙ୍ଗ : ବାରଙ୍ଗ ଥାନା ଅଧୀନ ବେଲଗଛିଆ ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ୨ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ସେହି ଗ୍ରାମର କଣ୍ଡୁରୀ ବେହେରା(୪୮) ଓ ତାଙ୍କ ପିଉସୀ ପୁଅ ଭାଇ ଭୁବନେଶ୍ବର ରଙ୍ଗମାଟିଆ ଗ୍ରାମର ଅନି ବେହେରା ଓରଫ ଚିଆଁ (୩୦) ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଉଭୟଙ୍କୁ କଟକସ୍ଥିତ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ପରିବାରଲୋକେ ସେମାନଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

ସୂଚନା ମୁତାବକ, ଏକ ଜାଗାକୁ ନେଇ ପଡ଼ୋଶୀ ଗଙ୍ଗାଧର ଓଝାଙ୍କ ସହ କଣ୍ଡୁରୀଙ୍କ ପରିବାରର ଦୀର୍ଘ ବର୍ଷ ହେଲା ବିବାଦ ରହିଥିଲା। ଆଜି ସନ୍ଧ୍ୟାରେ ଉଭୟ ପକ୍ଷ ମଧ୍ୟରେ ପାଟି ତୁଣ୍ଡ ହେବାରୁ ଗଙ୍ଗାଧର ଓ ତାଙ୍କ ପୁଅ ରକି ଶାବଳ, କଟୁରିରେ ଉଭୟ କଣ୍ଡୁରୀ ଓ ଚିଆଁଙ୍କୁ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଛାଡ଼ି ଫେରାର ହୋଇଯାଇଥିଲେ। ପରିବାରଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବାରଙ୍ଗ ଥାନାରେ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର