ମାଳିସାହିରୁ ଶିଶୁ ପୁତ୍ରକୁ ଉଦ୍ଧାର, ୧୦ ଦିନର ନବଜାତକକୁ ୧୦ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମାଳି ସାହିରୁ ଉଦ୍ଧାର ହେଲା ବିକ୍ରି ହୋଇଥିବା ଶିଶୁ । ଛୁଆ ନଥିବାରୁ ୧୦ହଜାର ଟଙ୍କାରେ ଶିଶୁ ପୁତ୍ରକୁ ଜଣେ ମହିଳା କିଣିଥିଲେ । ତେବେ ୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଚାଇଲ୍ଡ ଲାଇନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଚାଇଲ୍ଡ ଲାଇନ ଏବଂ ପୋଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ତେବେ ଶିଶୁଟିକୁ ପାଇବା ପାଇଁ ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ବିଭିନ୍ନ ଅଂଚଳରେ ଅନୁସନ୍ଧାନ କରିଥିଲା ଟିମ୍ ।

 

ସମ୍ବନ୍ଧିତ ଖବର