୧୦ ଲକ୍ଷର ବ୍ରାଉନସୁଗାର ଜବତ: ମହିଳା ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଅବକାରୀ ଥାନାକୁ ଏକ ବଡ଼ ସଫଳତା ମିଳିଛି। ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣିରେ ରହୁଥିବା କୁଖ୍ୟାତ ଅପରାଧୀ ହାଡ଼ିଆ ଘରେ ଚଢ଼ଉ କରି ୧୮୫ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ମହିଳା ପ୍ରମିଳା ପ୍ରଧାନକୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଦୀର୍ଘ ଦିନ ହେବ ସମ୍ପୃକ୍ତ ମହିଳା ଏହି ନିଶା ବେପାର କରୁଥିଲେ। ଏ ନେଇ ଅବକାରୀ ଥାନା ପାଖରେ ଖବର ପହଞ୍ଚିବା ପରେ ଥାନା ଅଧିକାରୀ ବିକାଶ ନାୟକ ସଦଳବଳ ଚଢ଼ଉ କରି ତାଙ୍କୁ ଧରିଥିଲେ। ସେ କେଉଁଠୁ ମାଲ୍‌ ଆଣୁଥିଲେ, କାହା ସହିତ ସମ୍ପର୍କ ରହିଛି, ସେ ନେଇ ଅଧିକ ଖୋଳତାଡ଼ ଚାଲିଥିବା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର