୮ମ ଏକାମ୍ର ପୁସ୍ତକ ମେଳାକୁ ଉଦ୍‌ଘାଟନ କଲେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା  ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଅଷ୍ଟମ ଏକାମ୍ର ପୁସ୍ତକ ମେଳାକୁ ଉଦ୍‌ଘାଟନ କରିଛନ୍ତି। ରାଜଧାନୀର ଜନତା ମଇଦାନ୍‌ରେ ଶନିବାର ଶୁଭାରମ୍ଭ .ହୋଇଥିବା ଏହି ପୁସ୍ତକ ମେଳା ୧୨ ଦିନ ପର୍ଯ୍ୟନ୍ତ ଚାଲିବ। ଆଗାମୀ ଡିସେମ୍ବର ୨୬ରେ ପୁସ୍ତକମେଳା ଉଦ୍‌ଯାପନ  ହେବ।

ପୁସ୍ତକମେଳାରେ ପାଖାପାଖି ୧୫୦ ଷ୍ଟଲ ଖୋଲାଯାଇଥିବା ବେଳେ ଭିନ୍ନ ଭିନ୍ନ ବିଭାଗର ପୁସ୍ତକର ସମ୍ଭାର ଗୋଟିଏ ସ୍ଥାନରେ ଏକତ୍ର ଦେଖିବାକୁ ମିଳୁଛି । ଜାତିର ପିତା ମହାତ୍ମା ଗାନ୍ଧି, ମହାପୁରୁଷ ଅଟଲ ବିହାରୀ ବାଜପେୟୀ, ଚନ୍ଦ୍ରଶେଖର, ଜୟଦେବଙ୍କ ନାଁରେ ମଧ୍ୟ ଷ୍ଟଲ ସ୍ଥାପନ କରାଯାଇଛି।

ଉଦ୍‌ଘାଟନୀ ଅବସରରେ ସାତକଡ଼ି ହୋତା,ଡ. ହରେକୃଷ୍ଣ ଶତପଥୀ, ଡ.ଅଶୋକ ମହାପାତ୍ର ଏବଂ ଅଭୟ ନାୟକ ମଂଚାସୀନ ଅତିଥି ଥିଲେ।

ସମ୍ବନ୍ଧିତ ଖବର