ଆଜି ଜେଲ୍‌ରେ ଅର୍ଚ୍ଚନା-ଜଗବନ୍ଧୁ ଭେଟାଭେଟି

ଭୁବନେଶ୍ବର: ‌ରବିବାର ପତ୍ନୀ ଅର୍ଚ୍ଚନା ନାଗଙ୍କୁ ଭେଟିବେ ଜଗବନ୍ଧୁ ଚାନ୍ଦ୍। ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ, ଯଦି ଗୋଟିଏ ଜେଲ୍‌ରେ ପତି-ପତ୍ନୀ ବା ପରିବାରର ଏକାଧିକ ଲୋକ ରହୁଥା’ନ୍ତି, ତେବେ ସେମାନେ ପରସ୍ପରକୁ ଭେଟିବା ପାଇଁ ଜେଲ୍ ଅଧୀକ୍ଷକଙ୍କୁ ନିବେଦନ କରିପାରିବେ। କର୍ତ୍ତୃପକ୍ଷ ସେମାନଙ୍କ ମଧ୍ୟରେ ପ୍ରକୃତରେ ପାରିବାରିକ ସଂପର୍କ ଅଛି କି ନାହିଁ, ତାହା ଯାଞ୍ଚ କରିବା ପରେ ଅନୁମତି ଦେଇପାରିବେ।

କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ପ୍ରତି ରବିବାର ସେମାନେ ମାତ୍ର ୧୫ ମିନିଟ୍ ପାଇଁ ପରସ୍ପରକୁ ଏକ ସ୍ବତନ୍ତ୍ର କୋଠରିରେ ଦେଖାସାକ୍ଷାତ କରିପାରିବେ। କିନ୍ତୁ ସାକ୍ଷାତ ସମୟରେ ଉଭୟଙ୍କ ମଝିରେ ଏକ କାଚର କବାଟ ରହିବ। କାଚର ଉଭୟ ପାର୍ଶ୍ବରେ ୨ଟି ମାଇକ୍ ରହିବ। ଉକ୍ତ ମାଇକ୍ ସହାୟତାରେ ପରସ୍ପର କଥା ହେବେ। ଏହି ସମୟରେ ଉଭୟଙ୍କ ପାଖରେ ଜଣେ ଲେଖାଁଏ କର୍ମଚାରୀ ଉପସ୍ଥିତ ରହିବ। ଏହିଭଳି ଭାବେ ଆସନ୍ତାକାଲି ଜଗବନ୍ଧୁ ତାଙ୍କ ପତ୍ନୀ ଅର୍ଚ୍ଚନାକୁ ଭେଟିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର