ଭୁବନେଶ୍ୱର: ବିଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଂଚଳରେ ବାତ୍ୟା ହୋଇଛି। ବର୍ଷ ୨୦୧୩ରେ ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ଫାଇଲିନ’, ୨୦୧୪ରେ ‘ହୁଡହୁଡ’ ଓ ୨୦୧୮ରେ ବାତ୍ୟା ‘ତିତଲି’ ଦେଖିବାକୁ ମିଳିଛି। ମାତ୍ର ଏହି ୩ଟି ବନ୍ୟା ଦକ୍ଷିଣ ଓଡ଼ିଶାରେ ହୋଇଥିବା ବେଳେ ରାଜଧାନୀବାସୀ ବାତ୍ୟାଜନିତ ଘଟଣା ଓ ଦୁର୍ଘଟଣାକୁ ଟିଭି ଓ ସୋସିଆଲ ମିଡିଆ ମାଧ୍ୟମରେ ଦେଖିଛନ୍ତି। ମାତ୍ର ରାଜଧାନୀବାସୀ ବାତ୍ୟାକୁ ବିଗତ ୨୦ ବର୍ଷ ଭିତରେ ଶୁକ୍ରବାର ଭଳି ଦେଖିନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୀର୍ଘ ୮ ଘଣ୍ଟା ଧରି ପବନ ବୋହିବା ପରେ ରାଜଧାନୀର କୋଟି କୋଟି ଟଙ୍କାର ସଂପତ୍ତି କ୍ଷତି କରିଛି। ବିଭିନ୍ନ ମାର୍କେଟରେ ଥିବା ଶହ ଶହ ବଜାର ଭାଙ୍ଗି ନଷ୍ଟ ହୋଇଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ହଜାର ହଜାର ଲେକ ଚିନ୍ତାରେ ଅଛନ୍ତି। ଆଗାମୀ ଦିନେରେ ରାଜଧାନୀର ଲକ୍ଷ ଲକ୍ଷ ଲୋକ ବିନା ପାଣି ଓ ବିଦ୍ୟୁତରେ କେମିତି ବଂଚିବେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।