ରାସ୍ତା ମଝିରେ ଜଳିଗଲା କାର୍

ଚନ୍ଦ୍ରଶେଖରପୁର: ଆଜି ସଂଧ୍ୟା ପ୍ରାୟ ୮ଟା ବେଳେ ନାଲ୍‌କୋ କାର୍ଯ୍ୟାଳୟ ନିକଟ ଜୟଦେବ ବିହାର-ନନ୍ଦନକାନନ ମୁଖ୍ୟ ରାସ୍ତାରେ ଜୟଦେବ ବିହାର ଦିଗକୁ ଯାଉଥିବା ଏକ ହୋଣ୍ଡା ସିଟି କାର୍‌ (ଓଆର୍-୦୨ବିଏ-୦୦୭୭) ହଠାତ୍‌ ଜଳି ଯାଇଥିଲା। ଚଳନ୍ତା ଅବସ୍ଥାରେ କାର୍‌ରେ ନିଆଁ ଲାଗିଯିବା ଫଳରେ ଗାଡ଼ି ଚାଳକଙ୍କ ଗୋଡ଼ରେ ସାମାନ୍ୟ ନିଆଁ ଧାସ ଲାଗି ଫୋଟକା ହୋଇଯାଇଥିଲା। ପରେ ଇଞ୍ଜିନ୍‌ ବନେଟ ଦେଇ ନିଆଁ ହୁତୁ ହୁତୁ ହୋଇ ଜଳି ଉଠିଥିଲା। ଏହା ଦେଖି ଗାଡ଼ି ଚାଳକ କାର୍ ବାହାରକୁ ଚାଲି ଆସିବାରୁ ସେ ଅଳ୍ପକେ ବର୍ତି ଯାଇଥିଲେ। ଖବର ପାଇ ଚନ୍ଦ୍ରଶେଖପୁର ଅଗ୍ନିଶମ ବିଭାଗ ସୂଚନା ପାଇ ଦୁଇଟି ଦମକଳ ନେଇ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲା। ଏହି ସମୟରେ ଉକ୍ତ ସ୍ଥାନରେ ରାସ୍ତାର ଦୁଇ ପାଖ ଟ୍ରାଫିକ୍ ଜାମ୍ ହୋଇଯିବାରୁ ଦୁଇଟି ଆମ୍ବୁଲାନସ୍ ଫସି ରହିଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ନାକେଦମ୍ ହୋଇଥିବା ବେଳେ ସାଧାରଣ ଲୋକ ହନ୍ତସନ୍ତ ହୋଇଥିଲେ। ପ୍ରାୟ ୨ଘଣ୍ଟା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଏହି ଘଟଣା କାହିଁକି ଓ କିପରି ଘଟିଲା, ତାହା ଜଣାପଡ଼ି ନାହିଁ। ଗାଡ଼ି ଚାଳକଙ୍କ କହିବା ଅନୁଯାୟୀ ଇଞ୍ଜିନ୍‌ରେ ସଟସର୍କିଟ୍ ହେବା ଫଳରେ ଏପରି ହୋଇଥାଇପାରେ। ଏନେଇ ପୁଲିସ୍ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର