୬ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ମିଳିତ ମଞ୍ଚ ପକ୍ଷରୁ ଧାରଣା

ଭୁବନେଶ୍ବର: ୬ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମିଳିତ ମଞ୍ଚ ପକ୍ଷରୁ ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଅନଲାଇନ୍‌ ସହ ଅଫଲାଇନ୍‌ ଜରିଆରେ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ, ନବୀକରଣ ଓ ସହାୟତା ପ୍ରଦାନ, ଓଟିପି ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରତ୍ୟାହାର, ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ସହାୟତା, ଡିଏଲଓ କାର୍ଯ୍ୟାଳୟରେ ପଡ଼ିରହିଥିବା ସମସ୍ତ ପଞ୍ଜୀକରଣ ଆବେଦନ ଓ ସହାୟତା ପୂର୍ବଭଳି ପ୍ରଦାନ କରିବା, ସାଇକେଲ, ଟୁଲସ୍, ନିରାପତ୍ତା ସହାୟତା ଅବିଳମ୍ବେ ଚାଲୁ କରିବା ଭଳି ବିଭିନ୍ନ ଦାବି କରାଯାଇଥିଲା।

ମଞ୍ଚ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରା ବାହାରି ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପରେ ଦାବି ପୂରଣର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏହି ଧାରଣାରେ ଆଇଏନଟିୟୁସିର ସଭାପତି ରାମଚନ୍ଦ୍ର ଖୁଣ୍ଟିଆ ସଭାପତିତ୍ବ କରିଥିବା ବେଳେ ରାମକୃଷ୍ଣ ପଣ୍ଡା, କୃଷ୍ଣଚନ୍ଦ୍ର ପାତ୍ର, ଲୋଭାକାନ୍ତ ସ୍ମାଇଁ, ମହେନ୍ଦ୍ର ପରିଡ଼ା, ସୁରେଶ ରାଉତରାୟ, ରମେଶ ଜେନା, ଅଶୋକ ଦାସ, ବିଜୟ ଜେନା, ରାଧାକାନ୍ତ ସେଠୀ, ଜୟସେନ୍ ମେହେର, ନିରଞ୍ଜନ ମହାନ୍ତି, ବି ପି ଦାସ, ଜଗତଜୀବନ ଦାସ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଚିତ୍ତ ରାଉତରାୟ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର