ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଜବତ ହେଲା କୋକେନ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ନିଶାଦ୍ରବ୍ୟ ‘କୋକେନ’ ଜବତ କରିଛି ପୁଲିସ। ଭୁବନେଶ୍ବର ଜାଭିଅର ଛକ ନିକଟରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଦ୍ବାରା ଚଢ଼ଉ କରାଯାଇ ୨୦୨ ଗ୍ରାମ୍‌ ଓଜନର କୋକେନ୍ ଜବତ ହୋଇଛି। କୋକନ୍‌ କାରବାର ସହିତ ଜଡ଼ିତ ରାଜସ୍ଥାନର ଦୁଇ ବେପାରୀ ଗିରଫ ହୋଇଛନ୍ତି।

ସୂଚନା ଅନୁସାରେ ରାଜଧାନୀରେ କୋକନ୍‌ ବେପାର ନେଇ କମିସନରେଟ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ, ମୁଖ୍ୟ ଅଭିଯୁକ୍ତ ରବି ଦିଲ୍ଲୀରେ କୋକେନ୍ ବେପାର କରେ। ଭୁବନେଶ୍ୱରରେ ସନୀ କୁମାର ସହ ଯୋଗାଯୋଗ କରି କୋକେନ୍ ବେପାର କରିଥାନ୍ତା। ଖବର ପାଇ ଏସ୍‌ଟିଏଫ୍‌ ଅଧିକାରୀ ଚଢ଼ଉ କରି ୨୦୨ ଗ୍ରାମ୍‌ ଓଜନର କୋକନ ଜବତ କରିଛି। ଜବତ କୋକନ୍‌ର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କୋକେନ୍ ବେପାରୀ ଗିରଫ ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଭୁବନେଶ୍ବରରେ ପୂର୍ବରୁ ବ୍ୟାପକ ପରିମାଣରେ ଗଂଜେଇ ଓ ବ୍ରାଉନସୁଗାର ଜବତ ହୋଇଛି।

ସମ୍ବନ୍ଧିତ ଖବର