ଆଳିସି ଶାସନରୁ ଧରାପଡ଼ିଲା ଚିତ୍ରା ହରିଣ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବନ ବିଭାଗ ଅଧୀନ ଆଳିସି ଶାସନ ଗ୍ରାମରୁ ଆଜି ଗୋଟିଏ ଚିତ୍ରା ହରିଣ ଧରାପଡ଼ିଛି। ସକାଳୁ ହରିଣଟି ଗାଁର ଏଣେତେଣେ ଦୌଡୁଥିବା ଲୋକେ ଦେଖିଥିଲେ। ଲୋକଙ୍କୁ ଦେଖି ହରିଣଟି ଭୟଭୀତ ହୋଇ ହରିଶଙ୍କର ମନ୍ଦିର ନିକଟ ପୋଖରୀକୁ ଡେଇଁ ପଡ଼ିଥିଲା | ପୋଖରୀରେ ପହଁରିବା ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ହରିଣକୁ ଉଦ୍ଧାର କରିଥିଲେ।

ଖବର ପାଇ ବାଲିପାଟଣା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରୁ ହରିଣକୁ ଉଦ୍ଧାର କରିଛନ୍ତି। ଆହତ କାରଣରୁ ହରିଣକୁ ଚିକିତ୍ସା ପାଇଁ ନିଆ ଯାଇଥିବା ରେଞ୍ଜର ମାନସ ମହାନ୍ତି ସୂଚନା ଦେଇଛନ୍ତି।ବାଲିପାଟଣା ବନ ବିଭାଗ ଅଧୀନ ଭଅଁରା ଜଙ୍ଗଲରେ ତାକୁ ଛଡ଼ାଯିବ ବୋଲି ରେଞ୍ଜର କହିଛନ୍ତି। କୋଣାର୍କରୁ ହରିଣଟି ଚାଲି ଆସିଥିବା ସନ୍ଦେହ କରାଯାଉଛି।

 

ସମ୍ବନ୍ଧିତ ଖବର