ଡାଇବେଟିସ୍‌ ଏଣ୍ଡୋକ୍ରାଇନୋଲୋଜି କେନ୍ଦ୍ର ଉଦ୍‌ଘାଟିତ

ବାଲିପାଟଣା: ପମ୍ପାଲୋ ପଞ୍ଚାୟତ ଅନ୍ତର୍ଗତ ଚଣାହଟାଠାରେ ଆଜି ଅପରାହ୍ଣରେ ଏକ ଡାଇବେଟିସ୍‌ ଏଣ୍ଡୋକ୍ରାଇନୋଲୋଜି କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ପାଇକରାୟ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଡା. ପ୍ରିୟଦର୍ଶିନୀ ମହାନ୍ତିଙ୍କ ଦ୍ବାରା ସ୍ଥାପିତ ଏହି କେନ୍ଦ୍ରରେ ଡାଇବେଟିସ୍‌ ସହିତ ଥାଇରଏଡ୍‌, ହାଇ ବ୍ଲଡ୍‌ପ୍ରେସର, ଅଷ୍ଟିଓପୋରୋସିସ୍‌, ମେଦବୃଦ୍ଧି ଓ ହ୍ରାସ, ଲିଭର, କିଡ୍‌ନି ଆଦି ରୋଗର ପରୀକ୍ଷା ଓ ଚିକିତ୍ସା କରାଯିବ ବୋଲି ସୂଚନା ଦିଆଯାଇଛି। ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଦିନ ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏହି କେନ୍ଦ୍ର ଖୋଲା ରହିବ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଅନୁଗ୍ରହ ନାରାୟଣ ପଟ୍ଟନାୟକ, ସମିତି ସଭ୍ୟ ରମେଶ ଚନ୍ଦ୍ର ସାହାଣି, ଗୀତା ପଟ୍ଟନାୟକ, ଚିନୁ ପଟ୍ଟନାୟକ, ରାଜା ସିଂହ, ଭୀମ ସେନାପତିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଉଦ୍ୟୋଗୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର