ବାଣୀବିହାର ୮୦ର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: କଳିଙ୍ଗନଗରଠାରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଜୁକେଶନ ଏଣ୍ଡ କେୟାର (ଆଇଆଇଇସି) କାର୍ଯ୍ୟାଳୟ ପରିସରରେ ବାଣୀବିହାର ୮୦ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଡିସେମ୍ବର ୧୧ ତାରିଖ ଦିନ କଟକ ନୂଆପଡ଼ାଠାରେ ଅନୁଷ୍ଠିତ ହେବାକୁ ଥିବା ଅନୁଷ୍ଠାନର ବାର୍ଷିକ ମିଳନ ଉତ୍ସବ ସମ୍ପର୍କରେ ବୈଠକରେ ବିଶଦ ଆଲୋଚନା କରାଯାଇଥିଲା।

ସଭାପତି ଶରତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂଘର ସମ୍ପାଦକ ଆଶୁତୋଷ ଦାଶ, ପୂର୍ବତନ ସଭାପତି ଗୋପବନ୍ଧୁ ମଲ୍ଲିକ, ପୂର୍ବତନ ସମ୍ପାଦକ ଜୟକୃଷ୍ଣ ମହାନ୍ତ, ପ୍ରତାପ ମିଶ୍ର, ଅଞ୍ଜଳି ପଣ୍ଡା, ଗୀତାଞ୍ଜଳି ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଶିଶିର ପରିଡ଼ା ଏବଂ ଆଇଆଇଇସିର ନିର୍ଦ୍ଦେଶକ ତଥା ବୈଠକର ଆୟୋଜକ ଶିଶିର ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର