ବଡ଼ଗଡ଼ ଭୋଇସାହି ଗୋଷ୍ଠୀ ସଂଘର୍ଷ ମାମଲା: ଉଭୟ ପକ୍ଷରୁ ୫ ଗିରଫ

ଭୁବନେଶ୍ବର : ଗତକାଲି ରାତିରେ ବଡ଼ଗଡ଼ ଭୋଇସାହିରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ଗଡ଼ ଥାନା ପୁଲିସ ଆଜି ଉଭୟ ପକ୍ଷରୁ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପ୍ରଦୀପ ଭୋଇ ଓରଫ ପପୁ, ସୁଧାଂଶୁ ଭଂଜ, ଶୁଭ୍ରାଂଶୁ ଭଂଜ, ସୁଶାନ୍ତ ଭଂଜ ଓ ଦୀପକ ଭୋଇ। ଏହି ମାମଲାରେ ସଂପୃକ୍ତ ଏକାଧିକ ଅଭିଯୁକ୍ତ ଏବେ ବି ଫେରାର ଥିବା ପୁଲିସ ସୂଚନା ଦେଇଛି। ସୂଚନା ମୁତାବକ, ଗତକାଲି ପୋଖରୀ ଗାଧୁଆ ତୁଠରେ କୌଣସି କଥାକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲେ। ତେବେ ଏହି ସାମାନ୍ୟ ଝଗଡ଼ା ସେହି ପୋଖରୀ ତୁଠରେ ହିଁ ଆପୋସ ବୁଝାମଣା ମାଧ୍ୟମରେ ସମାହିତ ହୋଇଥିଲା। କିନ୍ତୁ ରାତିରେ ପ୍ରଦୀପ ଓ ଦୀପକ କିଛି ସହଯୋଗୀଙ୍କୁ ଧରି ଅପର ଗୋଷ୍ଠୀଙ୍କୁ ଆକ୍ରମଣ କରିଥିଲେ। କାଠ ଫାଳିଆ, ଲୁହା ରଡ୍‌ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୫ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର