କାଳବୈଶାଖୀରେ ଛିଡ଼ିଗଲା ବିଦ୍ୟୁତ୍‌ ତାର

୬ ଘଣ୍ଟା ଅନ୍ଧାରରେ ଖଣ୍ଡଗିରି-ଜାଗମରା-ଗଣ୍ଡମୁଣ୍ଡା

ଖଣ୍ଡଗିରି: ଖଣ୍ଡଗିରି, ଜାଗମରା ଓ ଗଣ୍ଡମୁଣ୍ଡା ଆଦି ଅଞ୍ଚଳରେ ଆଜି ୬ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍‌ କାଟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାନୁଯାୟୀ, ଅପରାହ୍‌ଣ ପ୍ରାୟ ୫ଟାରେ କାଳବୈଶାଖୀ ଜନିତ ବର୍ଷା, ପବନ ହୋଇଥିଲା।

ଏଥିଯୋଗୁଁ ଖଣ୍ଡଗିରି, ଜାଗମରା ଓ ଗଣ୍ଡମୁଣ୍ଡା ଆଦି ଅଞ୍ଚଳରେ ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିଲା। ଏ ସଂପର୍କରେ ସ୍ଥାନୀୟ ବିଦ୍ୟୁତ୍ ବିଭାଗୀୟ ଏସ୍‌ଡିଓଙ୍କୁ ଯୋଗାଯୋଗ କରିବାରୁ ସଂଧ୍ୟା ୭ଟା ସୁଦ୍ଧା ବିଜୁଳି ଆସିବ ବୋଲି ସେ କହିଥିଲେ। ରାତି ୮ଟାରେ କିଛି ସମୟ ପାଇଁ ଲାଇନ୍ ଆସିଥିଲା। କିନ୍ତୁ ପରେ ବାରମ୍ବାର ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଥିଲା। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇ ପାରିନଥିଲା। ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର