କେତକୀ ଫୁଲ ଅମୂଲ ମୂଲ: ଗୋଟାକୁ ୨ଶହ

କଟକ: ଜାଗର ପାଇଁ ସହରର ଫୁଲ ଦୋକାନରେ ଭଲ ଭିଡ଼ ଜମିଥିବା ବେଳେ କେତକୀ ଫୁଲର ଦର ଆକାଶ ଛୁଆଁ ହୋଇଛି। ସହରର ବିଭିନ୍ନ ଫୁଲ ଦୋକାନରେ ପୂର୍ବ ବର୍ଷମାନଙ୍କ ପରି ଏଥର କେତକୀ ଫୁଲ ଦେଖିବାକୁ ମିଳି ନଥିଲା। ବଜାରକୁ ଅଳ୍ପ ପରିମାଣର କେତକୀ ଫୁଲ ଆସିଥିବାରୁ ଏହାର ଦର ‌ଗୋଟାକୁ ୨ଶହ ଟଙ୍କା‌ରେ ବିକ୍ରି କରାଯାଇଛି। ସେପଟେ ପଦ୍ମ ଫୁଲର ଦର ୧୦ରୁ ୨୦ ଟଙ୍କା ଭିତରେ ଥିବା ବେଳେ ନାଲି ଗେଣ୍ଡୁ ହାର ୨୦ ଓ ହଳଦିଆ ଗେଣ୍ଡୁ ହାର ୨୫ ଟଙ୍କା ରହିଛି। କେତକୀ ଫୁଲ ଫେବ୍ରୁଆରି ମାସରେ ଫୁଟିଥାଏ।

ମାତ୍ର ଚଳିତବର୍ଷ ଜାଗର ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ପଡ଼ିଥିବାରୁ ‌କେତକୀ ଫୁଲ ଫୁଟି ନଷ୍ଟ ହୋଇଯାଇଛି। ଏଥିପାଇଁ ବଜାରକୁ ବହୁ କମ୍ ପରିମାଣରେ କେତକୀ ଫୁଲ ଆସିଥିବା ବ୍ୟବସାୟୀ ଧନେଶ୍ବର ନାୟକ କହିଛନ୍ତି। କଟକ ସହରକୁ କେତକୀ ଫୁଲ ବ୍ରହ୍ମପୁରରୁ ଆସୁଥିବା ବେଳେ ଗେଣ୍ଡୁ ଓ ପଦ୍ମ ଫୁଲ କୋଲକାତାରୁ ଆସିଥାଏ।

ସମ୍ବନ୍ଧିତ ଖବର