ଭାରତର ଇତିହାସ ଆଉଥରେ ଲେଖାଯାଉ

ସୂର୍ଯ୍ୟସେନ ମହାବିଦ୍ୟାଳୟରେ ଆଲୋଚନାଚକ୍ର

ଭୁବନେଶ୍ବର: ସିଲିଗୁଡ଼ିସ୍ଥିତ ଉତ୍ତରବଙ୍ଗ ବିଶ୍ୱବିଦ୍ୟାଳୟ ଅଧୀନ ସୂର୍ଯ୍ୟସେନ ମହାବିଦ୍ୟାଳୟରେ ଭାରତୀୟ ସମାଜ ବିଜ୍ଞାନ ଗବେଷଣା ପରିଷଦ ଆନୁକୂଲ୍ୟ‌ରେ ଦୁଇଦିନିଆ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ପ୍ରାବନ୍ଧିକ ଶଶିଭୂଷଣ ରଥ ଏଥିରେ ଅଧ୍ୟକ୍ଷତା କରି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ବାସୁ ବିଶୁନି, କଷ୍ଟି ଡାକୁଆ, ବୀର ସୁରେନ୍ଦ୍ର ସାଏ, ଆଦି ଓଡ଼ିଶାର ୨୨ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ଉପରେ ଆଲୋକପାତ କରିଥିଲେ।

ସେ କହିଥିଲେ ଯେ ଭାରତ ଇତିହାସର ପୁନର୍ଲିଖନର ଆବଶ୍ୟକତା ରହିଛି। ପୂର୍ବ ଭାରତର ବହୁ ସଂଗ୍ରାମୀ ଏବେ ବି ଲୋକଲୋଚନକୁ ଆସି ପାରିନଥିବାରୁ ସେମାନଙ୍କ ବିଷୟରେ ଅଧିକ ଗବେଷଣା ପାଇଁ ସେ ଗବେଷକମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଆଲୋଚନାଚକ୍ରରେ ବହୁ ବୁଦ୍ଧିଜୀବୀ, ଲେଖକ, ନାଟ୍ୟକାର, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଡ. ପ୍ରଣବ କୁମାର ମିଶ୍ର ସ ଡ. ବିକାଶ ରଂଜନ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର