ନିଶାଦିଆ ଲୁଟେରା ଗିରଫ

ଭୁବନେଶ୍ବର : ବସ୍‌ ଯାତ୍ରୀଙ୍କ ସହ ଛଳନାପୂର୍ଣ୍ଣ ବନ୍ଧୁତା କରି ଚା’ ରେ ନିଶା ଦେଇ ଲୁଟ୍‌ କରୁଥିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଆଜି ଜଣେ ଲୁଟେରାକୁ ଗିରଫ କରିଛି। ସେ ହେଲା, ଗଂଜାମ ଜଗନ୍ନାଥ ପ୍ରସାଦର ଟିଟୁ ପ୍ରଧାନ ଓରଫ ପପୁ।

ଗତ ମାର୍ଚ୍ଚ ୩ରେ ଦିଲ୍ଲୀପ କୁମାର ସାମନ୍ତରାୟ ବ୍ରହ୍ମପୁରରୁ ଖମ୍ବେଶ୍ବରୀ ବସ୍‌ରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌କୁ ଆସିଥିଲେ। ବସ୍‌ରେ ଆସିବା ବାଟରେ ୨ଜଣ ଯୁବକ ତାଙ୍କ ସହ କଥା ହୋଇ ବନ୍ଧୁତା କରିଥିଲେ। ପରେ ବସ୍‌ଷ୍ଟାଣ୍ଡରେ ଓହ୍ଲାଇବା ପରେ ଦିଲ୍ଲୀପଙ୍କୁ ଚା’ ପିଇବାକୁ ଏକ ଦୋକାନକୁ ଡାକିନେଇଥିଲେ। ଦିଲ୍ଲୀପ ଚା’ ପିଇବା ପରେ ସେଠାରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ଚେତା ଫେରିବା ବେଳକୁ ତାଙ୍କ ସୁନାଚେନ୍, ମୁଦି ଓ ମୋବାଇଲ ନଥିଲା। ଏନେଇ ସେ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ଆଜି ପପୁକୁ ଗିରଫ କରିଛି। ପପୁ ନାଁରେ ୨୦୧୫ରେ ଖଣ୍ଡଗିରି ଥାନାରେ ନିଶାଦେଇ ଲୁଟ୍ କରୁଥିବା ମାମଲା ରହିଥିବା ବେଳେ ବ୍ରହ୍ମପୁର ଜିଆର୍‌ପି ଥାନାରେ ମଧ୍ୟ ମାମଲା ରହିଛି।

ସମ୍ବନ୍ଧିତ ଖବର