‘ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟାଉନ୍ ପ୍ଲାନର୍ସ’ର ଉପସଭାପତି ହେଲେ ଏଲ୍‌.ପି ପଟ୍ଟନାୟକ

ଭୁବନେଶ୍ବର: ବିଏମ୍‌ସିର ସିଟି ପ୍ଲାନର୍ ଲିଙ୍ଗରାଜ ପ୍ରସାଦ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍ ଅଫ୍‌ ଟାଉନ୍‌ ପ୍ଲାନର୍ସର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଦେଶର ବୃତ୍ତିଗତ ଟାଉନ୍‌ ପ୍ଲାନର୍‌ମାନଙ୍କୁ ନେଇ ଗଠିତ ସଂସ୍ଥା ଇନଷ୍ଟିଚ୍ୟୁଟ୍ ଅଫ୍‌ ଟାଉନ୍ ପ୍ଲାନର୍ସର ଉପସଭାପତି ଭାବେ ଶ୍ରୀ ପଟ୍ଟନାୟକ ନିର୍ବାଚିତ ହେବା ପରେ ତାଙ୍କୁ ସଂସ୍ଥାର ଓଡ଼ିଶା ଚାପ୍ଟର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ଶ୍ରୀ ପଟ୍ଟନାୟକ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବି ସହ ନଗର ଉନ୍ନୟନ ବିଭାଗର ଓଏସ୍‌ଡି ଭାବେ କାର୍ଯ୍ୟକରିବା ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେ ମଧ୍ୟ ଇନଷ୍ଟିଚ୍ୟୁଟ୍ ଅଫ୍‌ ଟାଉନ୍‌ ପ୍ଲାନର୍ସର ଓଡ଼ିଶା ରିଜିଓନାଲ ଚାପ୍ଟରର ଅଧ୍ୟକ୍ଷଭାବେ ତିନି ବର୍ଷ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର