ମାଟ୍ରିକ ରେଜଲ୍ଟ: କେଉଁ ସ୍କୁଲରେ କେମିତି ଫଳ

ଭୁବନେଶ୍ୱର: ବୁଧବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ରାଜ୍ୟରେ ପାସ୍‌ ହାର୍‌ ୯୦.୫୫ ପ୍ରତିଶତ ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ସ୍କୁଲର ଛାତ୍ରଛାତ୍ରୀ ପ୍ରାୟ ଭଲ ମାର୍କ ରଖି ପାସ୍‌ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବି ପଛରେ ନାହିଁ। ତେବେ ଆସନ୍ତୁ ଜାଣିବା ଭୁବନେଶ୍ୱରର କେଉଁ ସ୍କୁଲର କିଭଳି ଫଳ ହୋଇଛି।

ଏସ୍‌ଏସ୍‌ଭିଏମ୍‌, ବରମୁଣ୍ଡା
ପରୀକ୍ଷା ଦେଇଥିବା ୪୨୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୯ଜଣ ଏ-୧, ୧୦୮ ଜଣ ଏ-୨, ୧୧୭ ଜଣ ବି-୧ରେ ପାସ୍‌ କରିଛନ୍ତି। ଛାତ୍ରୀ ଶୁଭଲକ୍ଷ୍ମୀ ଜେନା ୫୯୧ ନମ୍ବର ରଖି ସ୍କୁଲ୍ ଟପର୍ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ନେଇ ପ୍ରଧାନ ଶିକ୍ଷକ ପ୍ରସନ୍ନ କିଶୋର ପୃଷ୍ଟି ଶୁଭେଚ୍ଛା ଜଣାଇଛନ୍ତି।

ଏସ୍‌ଏସ୍‌ଭିଏମ୍‌, ୟୁନିଟ ୮
ଏଠାରେ ପରୀକ୍ଷା ଦେଇଥିବା ସମସ୍ତ ୧୭୨ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୨୮ଜଣ ଏ-୧, ୫୬ଜଣ ଏ-୨, ୬୯ଜଣ ‘ବି-୧’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ର ପ୍ରତ୍ୟୁଷ କୁମାର ଦାଶ ୫୯୬ ନମ୍ବର ରଖି ସ୍କୁଲ୍ ଟପର୍‌ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ନେଇ ପ୍ରଧାନଶିକ୍ଷୟତ୍ରୀ ବୈଜୟନ୍ତୀ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଶ୍ରୀମଦ୍ ଭଗବତ୍ ଗୀତା ବିଦ୍ୟା ମନ୍ଦିର, ନୂଆପଲ୍ଲୀ
ପରୀକ୍ଷା ଦେଇଥିବା ୧୦୫ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭ଜଣ ଏ-୧, ୪୩ଜଣ ଏ-୨ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ଛାତ୍ର ଆୟୁଷ୍ମାନ ଦାସ ୫୮୫ ନମ୍ବର ରଖି ସ୍କୁଲ ଟପର୍ ହୋଇଥିବା ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ନାୟକ କହିଛନ୍ତି।

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଖଣ୍ଡଗିରି
ସମସ୍ତ ୫୫ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୪ଜଣ ‘ଏ-୧’, ୨୨ଜଣ ‘ଏ-୨’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀ ଅନସୂୟା ଦାସ ୫୮୩ ନମ୍ବର ରଖି ସ୍କୁଲ୍ ଟପର୍ ହୋଇଥିବା ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ପାଢ଼ୀ ଜଣାଇଛନ୍ତି।

ଏସ୍‌ଏସ୍‌ଭିଏମ୍‌ ରସୁଲଗଡ଼
ପରୀକ୍ଷା ଦେଇଥିବା ଏଠାକାର ସମସ୍ତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ଜଣେ ଏ-୧, ୨ଜଣ ଏ-୨, ୧୩ଜଣ ବି-୧, ୮ଜଣ ବି-୨ ଗ୍ରେଡ୍‌ରେ ପାସ୍‌ କରିଥିବା ବେଳେ ଛାତ୍ରୀ ଶୁଭଲକ୍ଷ୍ମୀ ରାଉତ ୫୬୮ ନମ୍ବର ରଖିଥିବା‌ ପ୍ରଧାନଶିକ୍ଷକ ସ୍ବାଧୀନ ମହାନ୍ତି କହିଛନ୍ତି।

ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଲକ୍ଷ୍ମୀସାଗର
ଏଠାକାର ୧୧୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮ଜଣ ଏ-୧, ୪୭ଜଣ ଏ-୨ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ଛାତ୍ର ଆଦିତ୍ୟ ସାହା ୫୮୧ ମାର୍କ ରଖିଛନ୍ତି। ଶିକ୍ଷାକେନ୍ଦ୍ରର ପରିଚାଳନା କମିଟି, ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା‌ ଜଣାଇଛନ୍ତି।

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଝାରପଡ଼ା
ପରୀକ୍ଷା ଦେଇଥିବା ୯୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ଜଣ ଏ-୧, ୨୬ଜଣ ଏ-୨, ୩୦ଜଣ ବି-୧ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ଛାତ୍ର ଓମ୍‌ପ୍ରକାଶ ସାହୁ ୫୮୫ନମ୍ବର ରଖିଥିବାରୁ ପ୍ରଧାନ ଶିକ୍ଷୟତ୍ରୀ ସରିତା ମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଚକେଇସିହାଣୀ
ଏଠାରେ ପାସ୍‌ହାର ଶତ ପ୍ରତିଶତ ହୋଇଛି। ୫୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ଜଣ ଏ-୧, ୨୧ଜଣ ଏ-୨ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ଛାତ୍ରୀ ସୁଶ୍ରୀ ସଂଗୀତା ସ୍ବାଇଁ ୫୬୫ମାର୍କ ରଖି ସ୍କୁଲ ଟପର୍‌ ହୋଇଛନ୍ତି। ପ୍ରଧାନ ଶିକ୍ଷୟତ୍ରୀ ଅନସୂୟା ଦାସ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର, ପଟିଆ
ପରୀକ୍ଷା ଦେଇଥିବା ୭୭ଜଣ ଯାକ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ଛାତ୍ରୀ ଶାଶ୍ବତୀ ପତି ୫୬୨ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ୧୦ଜଣ ଏ-୨, ୩୨ଜଣ ବି-୧, ୩୧ଜଣ ବି-୨ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ପାଣି ସମସ୍ତ ପିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏସ୍‌ଏସ୍‌ଭିଏମ୍‌, ନୀଳାଦ୍ରିବିହାର
ସମସ୍ତ ୨୪୧ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ୮୪ ଜଣ ‘ଏ-୧’, ୧୨୩ ଜଣ ‘ଏ-୨’ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ଛାତ୍ର ସ୍ବରୂପରଞ୍ଜନ ମହାନ୍ତି ୫୮୩ ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ନେଇ ପ୍ରଧାନ ଆଚାର୍ଯ୍ୟ କେଦାର ନାଥ ସେଠୀ ଖୁସିବ୍ୟକ୍ତ କରିଛନ୍ତି।

ଏସ୍‌ଏସ୍‌ଭିଏମ୍‌, ଆଦିମାତା କଲୋନି
ପରୀକ୍ଷା ଦେଇଥିବା ୪୩ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୧୬ ଜଣ ଏ-୧ ଗ୍ରେଡ୍‌, ୧୮ ଜଣ ଏ-୨ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀ ସୀତାଶ୍ରୀ ବାସ୍କେ ୫୭୧ ନମ୍ବର ରଖି ସ୍କୁଲ ଟପର୍ ହୋଇଥିବା ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ନାୟକ କହିଛନ୍ତି।

Facebook, Justdial

ଏସ୍‌ଏସ୍‌ଭିଏମ୍‌, ପଟିଆ
ସମସ୍ତ ପରୀକ୍ଷା ପାସ୍‌ କରିଥିବା ବେଳେ ୪ଜଣ ଏ-୧, ୧୭ଜଣ ଏ-୨, ୮ଜଣ ବି-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀ ସୁଭମ ଶେଖର ତ୍ରିପାଠୀ ୫୯୨ ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ନେଇ ପ୍ରଧାନ ଆଚାର୍ଯ୍ୟ ରାକେଶ କୁମାର ପାଣି ଶୁଭେଚ୍ଛା ଜଣାଇଛନ୍ତି।

ଏସ୍‌ଏସ୍‌ଭିଏମ୍‌ ବଡ଼ଗଡ଼
୧୩୭ଜଣଙ୍କ ମଧ୍ୟରୁ ୨୯ଜଣ ଏ-୧, ୭୭ଜଣ ଏ-୨, ୨୬ଜଣ ବି-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରିୟଦର୍ଶିନୀ ସ୍ବାଇଁ ୫୯୦ ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି।

ଏସ୍‌ଏସ୍‌ଭିଏମ୍‌, ୟୁନିଟ୍‌-୩
ଉତ୍ତୀର୍ଣ୍ଣ ହୋଇଥିବା ୧୩୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ ଗ୍ରେଡ୍‌ରେ ୨୨ଜଣ ରହିଛନ୍ତି। ରାଜ ରଞ୍ଜନ ସାହୁ ୫୮୭ ମାର୍କ ରଖି ବିଦ୍ୟାଳୟ ଟପର୍ ହୋଇଥିବା‌ ପ୍ରଧାନଆଚାର୍ଯ୍ୟ ବିଷ୍ଣୁଚରଣ ସାହୁ କହିଛନ୍ତି।

ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ୟୁନିଟ୍-୪
ବିଦ୍ୟାଳୟର ସମସ୍ତ ୪୬ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀ ସୁହାନି ସାହୁ ୫୪୦ ନମ୍ବର ରଖି ବିଦ୍ୟାଳୟ ଟପର୍ ହୋଇଥିବା ପ୍ରଧାନ ଶିକ୍ଷକ ଅମ୍ବିକା ପ୍ରସାଦ ଦାସ ଜଣାଇଛନ୍ତି।

ରାମକୃଷ୍ଣ ମିସନ ବିବେକାନନ୍ଦ ହାଇସ୍କୁଲ
ପରୀକ୍ଷା ଦେଇଥିବା ୪୯ଜଣଙ୍କ ମଧ୍ୟରୁ ଜଣେ ଏ-୧, ୧୧ଜଣ ଏ-୨ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ସଲୋନି ମିଷ୍ଟିଭାଷୀ ଦାସ ୯୨% ନମ୍ବର ରଖିଛନ୍ତି।

ଏକାମ୍ର ଏସ୍‌ଏସ୍‌ଭିଏମ୍‌
ପରୀକ୍ଷା ଦେଇଥିବା ୧୮୭ ଜଣଙ୍କ ମଧ୍ୟରୁ ୩୧ଜଣ ଏ-୧, ୮୧ଜଣ ଏ-୨ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ମୋହିତ କୁମାର୍ ମହାନ୍ତି ୫୮୭ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଆଶ୍ୱାସ ସ୍କୁଲ ଅଫ ଇଣ୍ଟିଗ୍ରାଲ୍ ଏଜୁକେସନ୍‌ ସେଣ୍ଟର୍‌
ଏଠାରେ ପରୀକ୍ଷା ଦେଇଥିବା ୨୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଏ-୧, ୫ ଜଣ ଏ-୨ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ର ଦେବୀପ୍ରସାଦ ମହାପାତ୍ର ୯୨% ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଏସ୍‌ଏସ୍‌ଭିଏମ୍‌ ପଞ୍ଚସଖା ନଗର
ସମସ୍ତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ହରପ୍ରିୟା ପ୍ରଧାନ ୫୫୪, ହିମାଂଶୁ ସାହୁ ୫୫୨, ବ୍ରହ୍ମାନନ୍ଦ ସାହୁ ୫୪୨ ନମ୍ବର ରଖି ଏ-୧ ଗ୍ରେଡ୍‌ରେ ପାସ କରିଛନ୍ତି। ବିଦ୍ୟାମନ୍ଦିରର ସମ୍ପାଦକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ପ୍ରଧାନ ଆଚାର୍ଯ୍ୟ ଓ ଗୁରୁଜୀ ଗୁରୁମାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏସ୍‌ଏସ୍‌ଭିଏମ୍‌, ଧର୍ମବିହାର
ପରୀକ୍ଷା ଦେଇଥିବା ୧୧୭ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୫ଜଣ ‘ଏ-୧’ ଗ୍ରେଡ୍‌, ୨୯ଜଣ ‘ଏ-୨’ରେ ପାସ୍‌ କରିଛନ୍ତି। ଛାତ୍ର କୃତୀସୁନ୍ଦର ପାତ୍ର ୫୭୦ ନମ୍ବର ରଖି ସ୍କୁଲ୍ ଟପର୍ ହୋଇଥିବା ପ୍ରଧାନଶିକ୍ଷକ ଶଶିଭୂଷଣ ଦାସ କହିଛନ୍ତି।

ଏସ୍‌ଏସ୍‌ଭିଏମ୍‌, ଘାଟିକିଆ
ଏଠାକାର ୯୫ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ୭ଜଣ ‘ଏ-୧’ ଗ୍ରେଡ୍‌ ହାସଲ କରିଛନ୍ତି। ଛାତ୍ରୀ ସୌମ୍ୟାରାଣୀ ସାହୁ ୫୮୧, ମନୀଷା ପଣ୍ଡା ୫୭୦, ଓମ୍‌ ପ୍ରକାଶ ମହାରଣା ୫୬୮ ନମ୍ବର ରଖିଥିବା‌ ପ୍ରଧାନ ଶିକ୍ଷକ ଅଖିଳ ବେହେରା ଜଣାଇଛନ୍ତି।

ତପୋବନ ହାଇସ୍କୁଲ
୧୦୩ କୃତୀ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ଏ-୧ ଗ୍ରେଡ୍‌ରେ ପାସ୍ କରିଛନ୍ତି। ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ସାହୁ କୃତୀ ଛାତ୍ରଛତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବଡ଼ଗଡ଼ ହାଇସ୍କୁଲ
ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୨ଜଣ ଏ-୧ ଗ୍ରେଡ୍‌ ହାସଲ କରିଥିବା ବେଳେ ୭ଜଣ ଏ-୨, ୩୨ଜଣ ବି-୧ ପାଇଛନ୍ତି। ସୂର୍ଯ୍ୟସ୍ମିତା ନାୟକ(୫୫୭) ଓ ଶୁଭଙ୍କର ସାହୁ(୫୪୪) ସର୍ବାଧିକ ନମ୍ବର ରଖିଛନ୍ତି।

ଏସ୍‌ଏସ୍‌ଭିଏମ୍‌, ଜୟଦେବ ବିହାର
ସମସ୍ତ ୮୨ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏ-୧ ଗ୍ରେଡ୍‌ରେ ୫ଜଣ, ଏ-୨ରେ ୧୨, ବି-୧ରେ ୨୬ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ବପ୍ନାରାଣୀ ଲେଙ୍କା ୫୭୫ମାର୍କ ରଖି ବିଦ୍ୟାଳୟ ଟପର୍ ହୋଇଥିବା ପ୍ରଧାନ ଆଚାର୍ଯ୍ୟ ନିଶାନ କୁମାର ବିଶ୍ବାଳ କହିଛନ୍ତି।

ବିବେକାନନ୍ଦ ଶିକ୍ଷା କେନ୍ଦ୍ର, କେଦାରଲେନ୍
୪୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬ଜଣ ଏ ୧, ୧୮ଜଣ ଏ ୨ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ସଙ୍ଗୀତ ସ୍ବାଇଁ ୫୬୫ ମାର୍କ ରଖି ଟପର୍‌ ହୋଇଛନ୍ତି।

ସମ୍ବନ୍ଧିତ ଖବର