କୁଖ୍ୟାତ ଲିପୁ ଗ୍ୟାଙ୍ଗ୍‌ର ମିଥୁନ ଗିରଫ

ଭୁବନେଶ୍ବର : ‌ଜଣେ ଜେଲ୍‌ ଫେରନ୍ତା କୁଖ୍ୟାତ ଲୁଟେରାକୁ ପୁଣି ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି। ସେ ହେଲା କୁଖ୍ୟାତ ଲିପୁ ଗ୍ୟାଙ୍ଗ୍‌ର ଦୀପକ କୁମାର ସାହୁ ଓରଫ ମିଥୁନ। ପୁଲିସ ତା’ଠାରୁ ୩ଟି ଚୋରା ମୋବାଇଲ୍‌ ଫୋନ୍‌ ସେଟ୍‌ ଜବତ କରିଛି। ସୂଚନା ମୁତାବକ, ଗତ ଡିସେମ୍ବର ୪ ଓ ୩୦ ତାରିଖରେ ମାଷ୍ଟରମାଇଣ୍ଡ ସୁଶାନ୍ତ ସାହୁ ଓରଫ୍‌ ଲିପୁ ଓ ମିଥୁନ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ହାତଗୋଡ଼ ବାନ୍ଧି ଲୁଟ୍‌ପାଟ କରିଥିଲେ। ସେହି ମାମଲାରେ ସ୍ପେସାଲ୍‌ ସ୍କ୍ବାଡ୍‌ ମିଥୁନକୁ ମଞ୍ଚେଶ୍ବର ଅଞ୍ଚଳରୁ ଗିରଫ କରି ଥାନାରେ ଜିମା ଦେଇଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ୨୦୧୮ ଜାନୁଆରି ୯ରେ ଲିପୁ, ମିଥୁନ ଏବଂ ସେମାନଙ୍କ ସହଯୋଗୀ ବାଲିଅନ୍ତା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ‌ବେଳେ ସ୍ପେସାଲ ସ୍କ୍ବାଡ୍‌ ଲିପୁକୁ ଏନ୍‌କାଉଣ୍ଟର କରିଥିଲା।

ସମ୍ବନ୍ଧିତ ଖବର