ଦିନକୁ ୧୨ ସିଝା ଅଣ୍ଡା, ଅଧ କେଜି ଚିକେନ୍‌ ଖାଉଛି: ଅଭିଷେକ ରଥ

ଫିଟ୍‌ନେସ୍‌ ମନ୍ତ୍ର

‘ଏସିପି ସାଗରିକା’ ଚଳଚ୍ଚିତ୍ର ମାଧ୍ୟମରେ ଅଭିନୟ ଦୁନିଆରେ ପାଦ ଥାପିଥିବା ଚକୋଲେଟ୍‌ ବୟ ଅଭିଷେକ ରଥ ସଂପ୍ରତି ଓଲିଉଡ୍‌ର ଜଣାଶୁଣା ଚେହେରା। ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର କରି ନିଜକୁ ଅଭିନୟରେ ଶାଣିତ କରିବା ସହ ଓଡ଼ିଆ ଦର୍ଶକଙ୍କ ଏକ ଗୁରୁତର ଅଭିଯୋଗରେ ସେ ଯବନିକା ପକାଇବାକୁ ଯାଉଛନ୍ତି। ଓଡ଼ିଆ ହିରୋଙ୍କ ସିକ୍ସ୍‌ ପ୍ୟାକ୍‌ ଆପ୍‌ ନାହିଁ ବୋଲି ପ୍ରାୟ ସବୁ ବେଳେ ଦର୍ଶକଙ୍କ ଅଭିଯୋଗ ଥାଏ। ତେଣୁ ଅଭିଷେକ ଏ ନେଇ ବହୁ ପରିଶ୍ରମ କରୁଛନ୍ତି। ଦିନୁ ୨ ଥର ଜିମ୍‌ ଯାଉଛନ୍ତି। ଖାଦ୍ୟରେ ଚର୍ବିମୁକ୍ତ, ପ୍ରୋଟିନ୍‌ଯୁକ୍ତ, ଅତିକମ୍‌ ପରିମାଣର ଶ୍ୱେତସାର ଥିବା ଖାଦ୍ୟ ଗ୍ରହଣ କରୁଛନ୍ତି। ସେ ପ୍ରତିଦିନ ବଏଲ୍‌ ଏଗ୍‌, ବଏଲ୍‌ ଚିକେନ୍‌ ସହ ପ୍ରୋଟିନ୍‌ ସେକ୍‌ ଖାଆନ୍ତି। ପାଖାପାଖି ୪ ମାସ ହେବ ସେ ଭାତ ଖାଇ ନଥିବା କହିଛନ୍ତି। ଏଥିରେ ଶ୍ୱେତସାର ପରିମାଣ ଅଧିକ ରହୁଥିବାରୁ ସିକ୍ସ ପ୍ୟାକ୍‌ ଆପ୍‌ ପାଇଁ ଏହା ବାଧକ ହୁଏ। ଦିନକୁ ସେ ୧୨ରୁ ୧୪ ଟି ସିଝା ଅଣ୍ଡା ସହ ଅଧ କେଜି ଚିକେନ୍‌ ଖାଉଥିବା କହିଛନ୍ତି। ପ୍ରାତଃ ଭୋଜନରେ କର୍ଣ୍ଣ ଫ୍ଲେକ୍ସ କିମ୍ବା ଓଡ୍‌ସ୍‌ ଖାଇଥାନ୍ତି। ଦିନକୁ ସେ ୬ଟି ମିଲ୍‌ ଗ୍ରହଣ କରନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘କଟି ପତଙ୍ଗ୍‌’ରେ ଦର୍ଶକ ତାଙ୍କର ଏହି ସିକ୍ସ ପ୍ୟାକ୍‌ ଆପ୍‌କୁ ଦେଖିପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର