ଉଦ୍‌ଘାଟିତ ହେଲା ଚିତ୍ରକଳା ପ୍ରଦର୍ଶନୀ ‘ଦି ପିଲ୍‌ଗ୍ରିିମ୍ସ’

ଭୁବନେଶ୍ୱର: ବନାରସର ଆନନ୍ଦ-ବନ ଚିତ୍ରକଳା ସଂଗଠନ ପକ୍ଷରୁ ଟଙ୍କପାଣି ରୋଡ୍‌ସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରିଠାରେ ଚିତ୍ରକଳା ପ୍ରଦର୍ଶନୀ ‘ଦି ପିଲ୍‌ଗ୍ରିିମ୍ସ’ ଉଦ୍‌ଘାଟିତ ହୋଇଯାଇଛି। ଏହା ସଂଗଠନର ୨୦ଜଣ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ଜଳ ସଂପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ଅଭିନେତା ଅଶ୍ରୁମୋଚନ ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ଓଡ଼ିଶା ଲଳିତକଳା ଏକାଡେମି ସଚିବ ମାନସ ରଞ୍ଜନ ଜେନା, ସୁଭଦ୍ରା ଆର୍ଟ ଗ୍ୟାଲେରି ଅଧ୍ୟକ୍ଷ ସୂର୍ଯ୍ୟ ରଥ, ନିର୍ଦ୍ଦେଶକ ଅଶୋକ ନାୟକ ଓ ଭାସ୍କର୍ଯ୍ୟଶିଳ୍ପୀ ରବି ନାରାୟଣ ରଥ ପ୍ରମୁଖ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ। ଚିତ୍ରଶିଳ୍ପୀ ରାଜୀବ ଲୋଚନ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ୮୦ରୁ ଊର୍ଧ୍ୱ ଚିତ୍ରଶିଳ୍ପୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରଦର୍ଶନୀ ୭ ଦିନ ଧରି ଚାଲିବ। ଅରୁଣ ପାଲ୍‌ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର