ପ୍ରାଣକୃଷ୍ଣ ଏ ମାଟିର ଯୋଗଜନ୍ମା ବୈଜ୍ଞାନିକ

ଭୁବନେଶ୍ୱର: ପ୍ରାଣକୃଷ୍ଣ ପରିଜା ନିଜର ଗବେଷଣା ଜରିଆରେ ବିଶ୍ୱବିଖ୍ୟାତ ହୋଇପାରିଥିଲେ। ଉଦ୍ଭିଦ ଜଗତ ଉପରେ ସେ ଦେଇଥିବା ଅମୂଲ୍ୟ ଗବେଷଣାଲବ୍ଧ ତଥ୍ୟ ଆଜି ସାରା ବିଶ୍ୱର ସମ୍ପତ୍ତି। ସେ ଏକାଧାରରେ ଜଣେ ଉଦ୍ଭିଦ ବିଜ୍ଞାନୀ, ବୈଜ୍ଞାନିକ, ଶିକ୍ଷାବିତ୍‍, ଲେଖକର ଜୀବନ ନିର୍ବାହ କରୁଥିଲେ। ସେ ଏ ମାଟିର ଯୋଗଜନ୍ମା ବୈଜ୍ଞାନିକ ଥିଲେ। ଆଜି ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ଅନୁଷ୍ଠିତ ପ୍ରାଣକୃଷ୍ଣ ପରିଜାଙ୍କ ୪୫ତମ ତିରୋଧାନ ଦିବସ ଅବସରରେ ଆୟୋଜିତ ସଭାରେ ଉପସ୍ଥିତ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅବସ୍ଥିତ ଡ. ପରିଜାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥଳରେ ଅନୁଷ୍ଠିତ ଏହି ସଭାରେ ସୁରେନ୍ଦ୍ରନାଥ ଛୋଟରାୟ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ଲକ୍ଷ୍ମୀଧର ବେହେରା, ବବିତା ନାୟକ, ସୁବ୍ରତ ଭଞ୍ଜ, ହିମାଂଶୁ ମହାନ୍ତି, ବନଜା ବେହେରା, ଉତ୍ତମ ନାୟକ, ଗୁରୁଚରଣ ସାହୁ, ବସନ୍ତ ବେହେରା, ସରୋଜ ନନ୍ଦ, ନରେନ୍‍ ସାହୁ, ପ୍ରାଧ୍ୟାପକ ରମେଶଚନ୍ଦ୍ର ପାତାଳସିଂ, ପ୍ରାଧ୍ୟାପକ ରଙ୍ଗାଧର ସାହୁ, ଗିରିଜା ଶଙ୍କର ମହାପାତ୍ର, ହରପ୍ରିୟା ପଟ୍ଟଯୋଶୀ, ଅଶ୍ୱିନୀ ପଟ୍ଟନାୟକ, ତାପସ ସାହୁ, ଜ୍ୟୋତି ରଞ୍ଜନ ସ୍ବାଇଁ ଯୋଗ ଦେଇଥିଲେ। ଜୟ ଓଡ଼ିଶାର କାର୍ଯ୍ୟକର୍ତ୍ତାମାନେ ସଭା ପରିଚାଳନା କରିଥିଲେ।

 

ସମ୍ବନ୍ଧିତ ଖବର