ଜମିଲା ‘ରେଡିଓ ଚକ୍‌ଲେଟ୍‌’ର ଲାଇଭ୍‌ ଷ୍ଟୁଡିଓ

ପଟିଆ ଜେଡ୍‌ ୱାନ୍‌ ଇଷ୍ଟେଟ୍‌ରେ ମଦର ଡାଏରିର ନୂଆ ସଫଲ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର : ଆଜି ପଟିଆସ୍ଥିତ ସ୍ଥାନୀୟ ଜେଡ୍‌ ୱାନ୍‌ ଇଷ୍ଟେଟ୍‌ରେ ମଦର ଡାଏରିର ଦଶମ ସଫଲ ଷ୍ଟୋର ଉଦଘାଟିତ ହୋଇଛି। ନ୍ୟାସିନାଲ ଡାଏରି ଡେଭଲପମେଣ୍ଟର ଅଧ୍ୟକ୍ଷ ଦିଲୀପ ରଥ ଏହାକୁ ଉଦଘାଟନ କରିଥିଲେ। ମଦର ଡାଏରିର ନିର୍ଦେଶକ ସ୍ୱାଗତ ମିତ୍ର, ଡିଜିଏମ୍‌ ମାର୍କେଟିଙ୍ଗ ଅମିତ କୁମାର ଓ ମ୍ୟାନେଜର ମାର୍କେଟିଙ୍ଗ ଅକ୍ଷୟ ପ୍ରସୁନ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ରେଡିଓ ଚକଲେଟ୍‌ ତରଫରୁ ପ୍ରସ୍ତୁତ ଏକ ଲାଇଭ୍‌ ଷ୍ଟୁଡିଓରୁ କାର୍ଯ୍ୟକ୍ରମ ସଂପାଦନା ହୋଇଥିଲା। ଆର୍‌ଜେ ଅନିଲ, ଆର୍‌ଜେ କୋମଲ, ଆର୍‌ଜେ ନିଭି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀକାନ୍ତ ପଣ୍ଡା, ସୁବ୍ରତ ସ୍ୱାଇଁ, ଅବିନାଶ ବିଶୋୟୀ, ମଧୁସୁଦନ ସାହୁ ପ୍ରମୁଖ ବୈଷୟିକ ସହାୟତା ଯୋଗାଇ ଦେଇଥିଲେ। ଉଦଘାଟନ ଉତ୍ସବକୁ ଆସିଥିବା ୪୦୦ରୁ ଅଧିକ ଗ୍ରାହକମାନଙ୍କ ମଧ୍ୟରୁ ଅନେକେ ଆର୍‌ଜେମାନଙ୍କ ସହ ନିଜର ଅନୁଭୂତିକୁ ବାଣ୍ଟିଥିଲେ। ମଦର ଡାଏରିର ଏହି ନୂଆ ସଫଲ ଷ୍ଟୋର୍‌ରେ ସତେଜ ପରିବା, ଫଳ ସହ ମଦର ଡାଏରିର ବିଭିନ୍ନ ଉତ୍ପାଦ ଗ୍ରାହକମାନେ ପାଇ ପାରିବେ।

ସମ୍ବନ୍ଧିତ ଖବର