ନୂଆ ଘର ଦେଖିବାକୁ ଯାଇଥିବା ସମୟରେ ଉପବାଚସ୍ପତିଙ୍କ ଗୋଡ ଖସିଗଲା, ହସ୍‌ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱର: ଗୁରୁବାର ସକାଳେ ଆଲର୍ଟ ହୋଇଥିବା ନୂଆ ସରକାରୀ କୋଠାକୁ ଦେଖିବାକୁ ଯାଇଥିବା ସମୟରେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଗୋଡ ଭାଙ୍ଗି ଯାଇଛି। ତାଙ୍କୁ ଏଭଳି ଅବସ୍ଥାରେ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ ରାଜଧାନୀ ଭୁବନେଶ୍ୱରରେ ଏକ ନୂଆ କୋଠା ଆଲର୍ଟ ହୋଇଛି। ତେବେ ଆଜି ସକାଳେ ରଜନୀ କାନ୍ତ ସିଂ ଏହି ନୂଆ କୋଠା ଦେଖିବାକୁ ଯାଇଥିଲେ। ନୂଆ ସରକାରୀ କୋଠା ବୁଲି ଦେଖୁଥିବା ସମୟରେ ଅସାବଧାନତା ହେତୁ ସେଠାରେ ତାଙ୍କର ଗୋଡ ଖସି ଯାଇଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ଜୋରରେ ପଡ଼ି ଯାଇଥିବା ହେତୁ ତାଙ୍କ ଗୋଡ ଓ ଅଣ୍ଟାରେ ମାଡ ବି ହୋଇଥିଲା। ଘଟଣାସ୍ଥଳରେ ଥିବା ଅନ୍ୟ ଲୋକମାନେ ଉପବାଚସ୍ପତଙ୍କୁ ସେଠାରୁ ସଙ୍ଗେସଙ୍ଗେ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲ୍‌ରେ ନେଇ ଭର୍ତ୍ତି କରିଥିଲେ। ଡାକ୍ତର ରଜନୀ କାନ୍ତ ସିଂଙ୍କ ଗୋଡର ଏକ୍ସ-ରେ ପରେ ଗୋଡ ଭାଙ୍ଗି ଯାଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର