ରେଳବାଇ ପୁଲିସ ପଞ୍ଝାରେ ଡକାୟତ ଗ୍ୟାଙ୍ଗ୍‌

ଭୁବନେଶ୍ବର : ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ବର ଜିଆର୍‌ପି ଓ ଆର୍‌ପିଏଫ୍ ମିଳିତ ଭାବେ ଚଢ଼ଉ କରି କଳ୍ପନାସ୍ଥିତ ରେଳବାଇ ଟ୍ରାକ୍ ନିକଟରୁ ଜଣେ ନାବାଳକ ସହ ୫ ଜଣଙ୍କୁ କାବୁ କରିଛି। ସେମାନେ ହେଲେ, ରାଇପୁର ହସ୍ତୀବିହାର କଲୋନିର ଝାଡ଼ୁ ହରିଜନ, ଯାଜପୁର କୁଆଖିଆର ସଂଜୟ ସାହୁ, କୋରେଇର ଆଲା ଏସୁ ଓ ଏୟାର୍‌ଫିଲ୍‌ଡ ଥାନା ସୁନ୍ଦରପଦାର ରାଜ ଖାନ୍। ଅଭିଯୁକ୍ତ ନାବାଳକକୁ ରେଳବାଇ ପୁଲିସ ଖୋର୍ଧା ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କରାଇଛି। ସେମାନଙ୍କ ଠାରୁ ୫ଟି ଛୁରି, ଟର୍ଚ୍ଚ ଲାଇଟ୍, କଳା ମୁଖା ଓ ଏକ ବ୍ୟାଗ୍ ଜବତ କରାଯାଇଛି। ସେହିଭଳି ସେମାନଙ୍କଠାରୁ ନଗଦ ୩୦ହଜାର ଟଙ୍କା, ହଳେ ସୁନା କାନଫୁଲ ଓ ୩ଟି ମୋବାଇଲ୍ ଜବତ କରାଯାଇଛି। ଅଭିଯୁକ୍ତଙ୍କ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର