ଓଭରହେଡ୍‌ ତାର କାଟିଲା ବିଏସ୍‌ସିଏଲ୍‌

ଭୁବନେଶ୍ୱର : ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ଦୁଇଟି ସ୍କ୍ବାଡ୍‌ ଶନିବାର ଦିନ ରାଜମହଲରୁ-ବାଣୀବିହାର ପର୍ଯ୍ୟନ୍ତ ଜନପଥରୁ ପାଖାପାଖି ୨ ଟ୍ରକ୍‌ ଓଭର ହେଡ୍‌ ତାର କାଟି ଜବତ କରିଛି। ରାଜଧାନୀକୁ ଓଭରହେଡ୍‌ କେବୁଲମୁକ୍ତ କରିବା ପାଇଁ ବିଏସ୍‌ସିଏଲ୍‌ ସହରସାରା ମାଟି ତଳେ ଫାଇବର୍‌ ତାର ବିଛାଇଛି। କିନ୍ତୁ ଇଣ୍ଟରନେଟ୍‌ ଓ ଟିଭି ସେବା ଯୋଗାଉଥିବା ଘରୋଇ ସଂସ୍ଥାଗୁଡ଼ିକ ସେଥିରେ ସଂଯୋଗ ନେଉନାହାନ୍ତି। ତେଣୁ ବିଏସ୍‌ସିଏଲ୍‌ ପକ୍ଷରୁ ଏହି ତାରକଟା ଅଭିଯାନ ଜାରି ରହିଛି।

ବିଏସ୍‌ସିଏଲ୍‌ ସିଏମ୍‌ଡି ସଞ୍ଜୟ ସିଂହ ମୁଣ୍ଡ ଉପରେ ତାର ପ୍ରସଙ୍ଗକୁ ଶୂନ୍ୟ ସହନଶୀଳତା ଘୋଷଣା କରିବା ସହ ସିଇଓ ବିଜୟ ଅମୃତା କୁଲାଙ୍ଗେ ଏହି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର