ସତ୍ୟନଗର ଲେଡିଜ ଫୋରମର ଅନ୍ତର୍ଜାତୀୟ ବିଶ୍ବ ମହିଳା ଦିବସ

ଅଭିରୁଚି ନାରୀ ପ୍ରତିଭା ସମ୍ମାନ ପାଇଲେ ୧୦ ମହିଳା

ଭୁବନେଶ୍ବର: ସତ୍ୟନଗର ଲେଡିଜ୍‌ ଫୋରମ ଆଜି ଅନ୍ତର୍ଜାତୀୟ ବିଶ୍ବ ମହିଳା ଦିବସ ୟୁନିଟ୍‌-୯ ବୁଦ୍ଧ ମନ୍ଦିର ପରିସରରେ ପାଳନ କରିଛି। ଏହି ଅବସରରେ ଫୋରମ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୦ ଜଣ ମହିଳାଙ୍କୁ ‘ଅଭିରୁଚି ନାରୀ ପ୍ରତିଭା ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦିକା ଅନୁରାଧା ଦାଶଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ‘ସମ୍ବାଦ ଗ୍ରୁପ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଭୁବନେଶ୍ବର ଆମ୍ରି ହସ୍ପିଟାଲର ମୁଖ୍ୟ ସଞ୍ଚାଳନ ଅଧିକାରୀ ରାଜଶ୍ରୀ ଉପାଧ୍ୟାୟ ଓ ସୁକୀର୍ତ୍ତି ପଟ୍ଟନାୟକ ଯୋଗଦେଇ ଲେଡିଜ୍‌ ଫୋରମ୍‌ର ବିବିଧ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

ଅତିଥିମାନେ ସ୍ୱର୍ଣ୍ଣମଞ୍ଜରୀ ବେହେରା, ଭାଗ୍ୟଶ୍ରୀ ସ୍ୱାଇଁ, ଡ ଐଶ୍ୱର୍ଯ୍ୟ ବିଶ୍ୱାଳ, ସନ୍ଧ୍ୟା ଜେନା, ଡାକ୍ତର ସୁତପା ବିଶ୍ୱାସ, ଡ ଜରିନା ମହାନ୍ତି, ଡ ଆରତି କର, କଣ୍ଠଶିଳ୍ପୀ ଅନିନ୍ଦିତା ଦାସ, ରଶ୍ମିତା ଦାଶ ଓ ଅନୁସୟା ସାହୁଙ୍କୁ ଅଭିରୁଚି ନାରୀ ପ୍ରତିଭା ସମ୍ମାନରେ ସମ୍ମାନିତ କରିଥିଲେ। ଏଥିସହ ଆଚାର୍ଯ୍ୟ ବିହାର ମହିଳା ସମିତି, ଜାଗେଶ୍ୱରୀ ଟ୍ରଷ୍ଟ, ଇନର୍‌ ହୁଇଲ୍‌ କ୍ଲବ୍‌ ଓ ସୃଜନିକା ମହିଳା ସମିତିକୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସତ୍ୟନଗର ଲେଡିଜ୍‌ ଫୋରମ ତରଫରୁ ଆୟୋଜିତ ହୋଇଥିବା ଝୋଟି ଓ ପିଠା ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ସତ୍ୟନଗର ଶାଖାର ପରିଚାଳକ ଦିଲୀପ ପରିଡ଼ା ସଙ୍ଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ସଦସ୍ୟା ଶୋଭେଦିତା ରାୟ, କାଜଲ ମହାପାତ୍ର, ରତ୍ନମଞ୍ଜରୀ ରାୟ, ରୀନା ନାୟକ, ସୋନାଲି ମହାପାତ୍ର, ବନ୍ଦନା ଦାସ କାନୁନଗୋ, ଦୀପ୍ତି ବେହେରା, ଦୀପ୍ତିପ୍ରଭା ରଥ, ସରିତା ପଟ୍ଟନାୟକ, ତ୍ରିବେଣୀ ଗାଙ୍ଗୁଲି, ଉମା ଶତପଥୀ, ନିହାରିକା ମହାପାତ୍ର, ବିଦ୍ୟୁତ୍‌ପ୍ରଭା, ଲକ୍ଷ୍ମୀପ୍ରିୟା ମିଶ୍ର, ଅବିନାଶ ରାୟ ଚୌଧୁରୀ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଅନୁସୟା ସାହୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର