‘ଆସ୍ପୃହା’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ବର: ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ପବିତ୍ର ଜନ୍ମବାର୍ଷିକୀରେ ଆଧ୍ୟାତ୍ମିକ ପତ୍ରିକା ‘ଆସ୍ପୃହା’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ରାଜ୍ୟପ‌ାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ପତ୍ରିକାକୁ ଉନ୍ ମୋଚନ କରିଛନ୍ତି। ଏହି ଅବସରରେ ପତ୍ରିକାର ମୁଖ୍ୟ ସମ୍ପାଦିକା ଅର୍ଚ୍ଚନା ନାୟକ, ସମ୍ପାଦିକା ଶାନ୍ତିଲତା ପ୍ରଧାନ, ସହଯୋଗୀ ସମ୍ପାଦକ ସୁବ୍ରତ କୁମାର ନାୟକ ଓ ବିରଞ୍ଚି କୁମାର କରଣ ଉପସ୍ଥିତ ଥିଲେ।

ମହାଯୋଗୀ ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କର ପ୍ରଦର୍ଶିତ ଆଧ୍ୟାତ୍ମସାଧନା, ପୂର୍ଣ୍ଣଯୋଗ, ଦର୍ଶନ ଓ ସାହିତ୍ୟ ସମ୍ବନ୍ଧୀୟ ରଚନା ବାବଦରେ ଷାଣ୍ମାସିକ ଆଧ୍ୟାତ୍ମିକ ପତ୍ରିକା ଆସ୍ପୃହା ୨୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ପ୍ରକାଶ ପାଇଆସୁଛି। ଏଥିରେ ଶ୍ରୀମା-ଶ୍ରୀଅରବିନ୍ଦଙ୍କର ବିଭିନ୍ନ ରଚନାର ଅନୁବାଦ ସହିତ ବହୁ ସାଧକ ଓ ସାହିତ୍ୟସ୍ରଷ୍ଟାଙ୍କର ମୌଳିକ ରଚନାମାନ ମଧ୍ୟ ପ୍ରକାଶ ପାଇଥାଏ। ସମଗ୍ର ଓଡ଼ିଶାରେ ଶ୍ରୀଅରବିନ୍ଦଙ୍କର ପ୍ରବର୍ତ୍ତିତ ପୂର୍ଣ୍ଣଯୋଗ ଓ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରସାର ଦିଗରେ ଏହି ପତ୍ରିକାଟି ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି।

ସମ୍ବନ୍ଧିତ ଖବର