ଆନ୍ଦୋଳନ ନାମରେ ଅତ୍ୟାବଶ୍ୟକ ସାମଗ୍ରୀ ଆଣୁଥିବା ଗାଡିକୁ ଅଟକାଇବାକୁ ବିରୋଧ କଲା ଟ୍ୟାଙ୍କ ଟ୍ରକ ମାଲିକ ସଂଘ

କଟକ: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନବେଳେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନକୁ ଯେଉଁଭଳି ବାଧା ଦିଆଯାଉଛି ତାହାକୁ ନାପସନ୍ଦ କରିଛି ଟ୍ୟାଙ୍କ ଟ୍ରକ ମାଲିକ ସଂଘ । ସଂଘ ପକ୍ଷରୁ  ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି ଯେ ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ଅଛି। ତେଣୁ ରାସ୍ତାରେ ଯେଉଁ ଭଳି ଆନ୍ଦୋଳନ ନାଁରେ ଟ୍ୟାଙ୍କର ଗାଡିକୁ ଅଟକାଯାଉଛି ତାହା ଗ୍ରହଣୀୟ ନୁହେଁ। ପେଟ୍ରୋଲ ଓ ଡିଜେଲ ଠିକ ସମୟରେ ନ ପହଂଚିଲେ ରୋଗୀ ସେବାରେ ନିୟୋଜିତ ଆମ୍ବୁଲାନସ, ପୁଲିସ ଗାଡି, ପରୀକ୍ଷା ଗାଡି, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବାଧାପ୍ରାପ୍ତ ହେବ।ତେଣୁ ଆନ୍ଦୋଳନକାରୀ ଏହି ଟ୍ୟାଙ୍କର ଗାଡି ସେବାକୁ ବାଧା ନ ଦିଅନ୍ତୁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି ।

ଅନ୍ୟପକ୍ଷରେ ପୁଲିସ ମଧ୍ୟ ଏହି ସବୁ ଗାଡିକୁ ସୁରୁଖୁରରେ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ଟ୍ୟାଙ୍କ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର