ଲତାଜୀଙ୍କ ତୁଳନା ନାହିଁ

ଟାଟା ଷ୍ଟିଲ ଭୁବନେଶ୍ବର ସାହିତ୍ୟ ଉତ୍ସବର ଦ୍ବିତୀୟ ଦିବସ

ଭୁବନେଶ୍ବର: ଟାଟା ଷ୍ଟିଲ ଭୁବନେଶ୍ବର ସାହିତ୍ୟ ଉତ୍ସବର ଦ୍ବିତୀୟ ଦିବସର ଚତୁର୍ଥ ଅଧିବେଶନରେ ସ୍ବରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ମାଳବିକା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ସୋନମ କାଲରା, ଅନ୍ତରା ସଲୀଲ ଚୌଧୁରୀ, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଭିଡିଓ କନଫରେନସିଂରେ ଅନ୍ତରା ସଲୀଲ ଚୌଧୁରୀ ଯୋଗଦେଇ ଲତାଜୀଙ୍କ ସହ ତାଙ୍କର ଓ ତାଙ୍କ ପରିବାରର ସମ୍ପର୍କ ବିଷୟରେ କହିଥିଲେ।

ତାଙ୍କ ବାପା ପ୍ରଖ୍ୟାତ ସଙ୍ଗୀତକାର ସ୍ବର୍ଗତ ସଲିଳ ଚୌଧୁରୀଙ୍କ ସହ ଲତାଜୀ କିଭଳି କାମ କରୁଥିଲେ, କେମିତି ଲତାଜୀ ଗୀତକୁ ନ୍ୟାୟ ଦେବା ପାଇଁ ଉଦ୍ୟମ କରୁଥିଲେ, ସ୍ବରରେ କେମିତି ପରୀକ୍ଷାନିରୀକ୍ଷା କରୁଥିଲେ, ସେ ସମ୍ପର୍କରେ ଆଲୋଚନା କରିଥିଲେ। ଅଧିବେଶନରେ ସୋନମ କାଲରା ଶାସ୍ତ୍ରୀୟ ଗାୟନର ପରମ୍ପରା ଓ ବିବିଧତା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଲତାଜୀଙ୍କ ‘ସାବନ କି ମହିନା’ ଗୀତ ଗାଇଥିଲେ।

ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଲତାଜୀଙ୍କ ଗାୟନର ଶୈଳୀ ଓ ବୈଷୟିକ ଦିଗ ଉପରେ ଆଲୋଚନା କରିଥିଲେ। ସୂର୍ଯ୍ୟମୁଖୀ ଚଳଚ୍ଚିତ୍ରର ‘ଚୂନା ଚୂନା ତାରାଫୁଲ’ ଓ ଅରୁନ୍ଧତୀର ‘ଆଜି ମୁଁ ଶ୍ରାବଣୀ’ ଗୀତରେ କିଭଳି ଲତାଜୀ ଓଡ଼ିଆ ପ୍ରାଣକୁ ଛୁଇଥିଲେ ତାହା ବର୍ଣ୍ଣନା କରିଥିଲେ। ଲତାଜୀଙ୍କର ତୁଳନା ନାହିଁ ବୋଲି ଶ୍ରୀ ଦେଓ କହିଥିଲେ।

ସମ୍ବନ୍ଧିତ ଖବର