ଟାଇମ୍‌ ପାସ୍‌ର ମାରାଥନ୍‌ ପୁସ୍ତକ ଲୋକାର୍ପଣ

ଭୁବନେଶ୍ୱର : ବାହାରେ ଅଦିନିଆ ବର୍ଷା ବର୍ଷି ଚାଲିଥିଲା ବେଳେ ରାଜଧାନୀ ପୁସ୍ତକ ମେଳା ମଞ୍ଚରେ ଆଜି ଗପ, କବିତା, ପ୍ରବନ୍ଧ ଆଦି ପୁସ୍ତକର ବର୍ଷା ଦେଖିବାକୁ ମିଳିଥଲା। ଅବସର ଥିଲା ଟାଇମ୍‌ ପାସ୍‌ର ମାରାଥନ୍‌ ପୁସ୍ତକ ଲୋକାର୍ପଣ ଉତ୍ସବ। ଗୋଟିଏ ପରେ ଗୋଟିଏ ୩୪ଟି ପୁସ୍ତକ ଲୋକାର୍ପଣ ହୋଇଥିଲା।

ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ପୌରୁଷର ସମ୍ପାଦକ ଅସିତ ମହାନ୍ତି, କଥାଶିଳ୍ପୀ ଅଜୟ ସ୍ୱାଇଁ, ଗୋଲାପମଞ୍ଜରୀ କର, ଜ୍ୟୋତି ନନ୍ଦ ଓ ଭୀମ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଭୀମ ପୃଷ୍ଟି, ଗୋଲାପ ମଞ୍ଜରୀ କର, ଜ୍ୟୋତି ନନ୍ଦ, ସୁସ୍ମିତା ରଥ ଓ ତରୁଣକାନ୍ତି ମିଶ୍ରଙ୍କ ଶ୍ରେଷ୍ଠଗଳ୍ପ ଲୋକାର୍ପିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବୀଣାପାଣି ରାୟଗୁରୁଙ୍କ ‘ଅସ୍ତରାଗର ସୂର୍ଯ୍ୟ’, ଗଙ୍ଗାଧର ବିଶ୍ୱାଳଙ୍କ ‘ତମେ’, ବିଭୂତି ଭୂଷଣ ଖୁଣ୍ଟିଆଙ୍କ ‘ନିଜକୁ ଚିହ୍ନିବା ପରେ’, ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ‘ସକାଳର ଅପେକ୍ଷାରେ’, ସଂଘମିତ୍ରା ରାୟଗୁରୁଙ୍କ ‘ଚାଲ ଦୀପ୍ତି ଜଳିବା’ ଓ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ‘ଅନୁରାଗର ଆକାଶ’ କବିତା ପୁସ୍ତକ ଲୋକାର୍ପିତ ହୋଇଥିଲା।

ତୃତୀୟ ପର୍ଯ୍ୟାୟରେ ରଞ୍ଜିତ ପଣ୍ଡାଙ୍କ ‘ନଷ୍ଟ ପୁରୁଷ’, କାଳିକିଙ୍କର ଦାସଙ୍କ ‘ମାଟିର ସରାଗ’, ଶକ୍ତି ମହାନ୍ତିଙ୍କ ‘ଅର୍ଧସତ୍ୟ’ ପୁସ୍ତକ ଲୋକାର୍ପଣ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟରେ ରଶ୍ମିତା ମହାପାତ୍ରଙ୍କ ‘ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ଚେନତା’ ଓ ଭରତ ବେହେରାଙ୍କ ‘ଓଡ଼ିଆ କବିତାର ପାଞ୍ଚ ସ୍ୱର’ ପ୍ରବନ୍ଧ ଉନ୍ମୋଚିତ ହୋଇଥିଲା। ଚତୁର୍ଥ ପର୍ଯ୍ୟାୟରେ ବିଚିତ୍ର ବିଶ୍ୱାଳଙ୍କ ‘ମୁଠାଏ ଅଙ୍ଗାର’ ବାସନ୍ତୀ ମହାନ୍ତିଙ୍କ ‘ଗୀତ କୁଡ଼ିଆଣି’, ପୁଣ୍ୟପ୍ରଭା ଦେବୀଙ୍କ ‘ସଲିମ ମହାସାଗର ଏବଂ ଅନ୍ୟାନ୍ୟ ଗଳ୍ପ’ ଗପ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଟାଇମ୍‌ ପାସ୍‌ ପ୍ରଥମା ପୁରସ୍କାର ସମ୍ମାନ ପାଇଥିବା ଅମୀୟ ବେଜ୍‌ଙ୍କ ‘କଥା’, ଜ୍ଞାନରଞ୍ଜନ ସ୍ୱାଇଁଙ୍କ ‘ବାଘକଥା’, ଲିପିକା ମହାପାତ୍ରଙ୍କ କାଲିଫର୍ଣ୍ଣିଆରେ ସୂର୍ଯ୍ୟାସ୍ତ, ନଳିନୀକାନ୍ତ ପଟ୍ଟନାୟକଙ୍କ ‘ପିତାଗ୍ନି ପାଖୁଡ଼ା’, ପବିତ୍ର କୁମାର ଗୌଡ଼ାଙ୍କ ‘ପାଓ୍ଵାରକଟ୍‌ ଓ ପିଲାଦିନ’, ସାଗରିକାଙ୍କ ‘ମାର୍ଗଦର୍ଶିକା’, ସାରଦା ପ୍ରସାଦ ପରିଡ଼ାଙ୍କ ‘କିଛି କଥା କିଛି ବ୍ୟଥା’, ସୌମ୍ୟ ମହାପାତ୍ରଙ୍କ ‘ଗୋଡ଼ ମୁଦି’, ସ୍ୱରୂପା ପ୍ରିୟଦର୍ଶିନୀଙ୍କ ‘ନିଃଶବ୍ଦ ଝଡ଼’ ଗପ ପୁସ୍ତକ ଲୋକାର୍ପିତ ହୋଇଥିଲା। ଶେଷ ପର୍ଯ୍ୟାୟରେ ସୁମିତ୍‌ ପଣ୍ଡାଙ୍କ ‘ଆଞ୍ଜୁଳାଏ ଆକାଶ’, ମନ୍ମୟୀ ରଥଙ୍କ ‘ନିବିଡ଼ ନକ୍ଷତ୍ର’, ପବିତ୍ର ବ୍ରହ୍ମପୁତ୍ର ନାୟକଙ୍କ ‘ଋତୁ ଓ ଅନ୍ୟାନ୍ୟ କବିତା’ ସଂଘମିତ୍ରା ରଥଙ୍କ ‘ଅନିଶ୍ଚିତ’, ସୌମ୍ୟଜିତ୍‌ ପଣ୍ଡାଙ୍କ ‘ତ୍ରିଜାତ’ ଓ ସୁମିତ କୁମାର ପଟ୍ଟନାୟକଙ୍କ ‘ଏକାନ୍ତ ଗୋପନ୍ୟ’ ଲୋକାର୍ପିତ ହୋଇଥିଲା। ଟାଇମ୍‌ପାସ୍‌ର ମୁଖ୍ୟ ସରୋଜ ବଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଲୋକାର୍ପଣ ଉତ୍ସବ ପୂର୍ବରୁ ଅନୁଷ୍ଠାନ ପକ୍ଷରୁ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର