ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ପ୍ରେମ କରି ଘରୁ ଚାଲି ଆସିଥିଲେ

ଭୁବନେଶ୍ବର : ବଡ଼ଗଡ଼ ଉପରସାହିରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ମହିଳା ହେଲେ, ତୃପ୍ତି ଚକ୍ରବର୍ତ୍ତୀ। ତାଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ସ୍ବାମୀ ମାନସ ସାହୁଙ୍କୁ ଅଟକ ରଖିଛି। ପୁଲିସ ସୂଚନାନୁସାରେ, ଉଭୟଙ୍କ ଘର ଆନନ୍ଦପୁର ଅଞ୍ଚଳରେ। ସେମାନେ ପରସ୍ପରକୁ ଭଲ ପାଇ ଭୁବନେଶ୍ବର ପଳାଇ ଆସିଥିଲେ। ବିବାହ କରି ବଡ଼ଗଡ଼ ଉପର ସାହିରେ ରହୁଥିଲେ। ମାନସ ଏକ ଲୁଗା ସୋ’ରୁମ୍‌ରେ ସେଲ୍ସମ୍ୟାନ୍ କାମ କରନ୍ତି। ଚଳିବା ପାଇଁ ସମ୍ବଳ ଯଥେଷ୍ଟ ନ ହେବାରୁ ବାପଘରୁ ଟଙ୍କା ଆଣିବାକୁ ମାନସ ବାରମ୍ବାର ତୃପ୍ତିଙ୍କ ଉପରେ ଚାପ ପକାଉଥିଲେ। ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ତୃପ୍ତିଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର