ପିକକ୍‌ ପକ୍ଷରୁ ବିଶ୍ବ ଶିଶୁ ଶ୍ରମ ବିରୋଧ ଦିବସ

ଭୁବନେଶ୍ବର : ଶିଶୁ ଶ୍ରମ ପ୍ରଥାର ସ˚ପୂର୍ଣ୍ଣ‌ ଉଚ୍ଛେଦ ନହେଲେ ବିକଶିତ ଦେଶ ଗଠନ ହୋଇପାରିବ ନାହିଁ। ତେଣୁ ଆମେ ସମସ୍ତେ ସଚେତନ ହେବା ସହ ଏହି ପ୍ରଥାର ବିଲୋପ ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପିକକ୍‌ ଏବଂ ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ବିଶ୍ବ ଶିଶୁ ଶ୍ରମ ବିରୋଧ ଦିବସରେ ଅତିଥିମାନେ ମତ ରଖିଛନ୍ତି। କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ସୁବାସ ସି˚ହ ଯୋଗଦେଇ କହିଲେ, ଶିଶୁ ଶ୍ରମିକ ବ୍ୟବସ୍ଥାର ବିଲୋପ ପାଇଁ କଠୋର ଆଇନ ରହିଛି। ରାଜ୍ୟ ସରକାର ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ପ୍ରତି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ହେଲେ ଏଥି‌ରେ ସାଧାରଣ ଲୋକ ସାମିଲ ହେଲେ ଆଇନ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ। ଡିଭିଜନାଲ ଶ୍ରମ ଆୟୁକ୍ତ କିଶଳୟ ଶତପଥୀ ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ବ ଦେବା ସହିତ ଆଜି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଜନ ସଚେତନତା ସୃଷ୍ଟି କରିବା ବୋଲି କହିଥିଲେ। ଏଥିରେ ଭୁବନେଶ୍ବର ଏଡିଏମ୍ ଅରୁଣ ବେହେରା, ପିକକ୍‌ର ଗୁଡଉଇଲ ଆମ୍ବାସଡାର ଭୂମିକା, ଅଂଶିକା ରାଉତରାୟ, ଅଲିମ୍ପିଆନ ଅନୁରାଧା ବିଶ୍ବାଳ ପ୍ରମୁଖ ଯୋଗଦେଇ ଏହି ପ୍ରଥାକୁ ଦୂରେଇବା ପାଇଁ ବ୍ୟାପକ ଜନସଚେତନତା ଦରକାର ବୋଲି କହିଥିଲେ। ପିକକ୍‌ର ସମ୍ପାଦକ ରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଅମ୍ବିକା ପ୍ରସାଦ ମିଶ୍ର, ପିକକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର