ଚନ୍ଦ୍ରଶେଖରପୁର : ଯୁବତୀଙ୍କୁ କମେଣ୍ଟ ମାରି ଯୁବକ ଗିରଫ

ଚନ୍ଦ୍ରଶେଖରପୁର : ଜଣେ ଯୁବତୀଙ୍କୁ ବାରମ୍ବାର କମେଣ୍ଟ ମାରିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୁକ୍ତ ସୁକାନ୍ତ ରଥକୁ ଗିରଫ କରି କୋର୍ଟ ଚାଲଣ କରିଛି। ସୂଚନାନୁସାରେ, ଅଭିଯୋଗକାରୀ ଯୁବତୀଜଣକ ସହ ପୁରୁଣା ଭୁବନେଶ୍ବରର ସୁକାନ୍ତଙ୍କର ପୂର୍ବରୁ ପରିଚୟ ଥିଲା। ତେବେ କୌଣସି କାରଣରୁ ସେମାନଙ୍କ ଭିତରେ ବନ୍ଧୁତା ଭାଙ୍ଗି ଯାଇଥିଲା। ତେଣୁ ସୁକାନ୍ତ ରାଗ ଶୁଝାଇବାକୁ ଯାଇ ଯୁବତୀଙ୍କୁ ରାସ୍ତାଘାଟରେ କ‌ମେଣ୍ଟ କରୁଥିଲା। ଗତକାଲି ସୁକାନ୍ତ ଯୁବତୀଙ୍କୁ ରାସ୍ତାରେ ଅସଦାଚରଣ କରିଥିଲା। ଏ ନେଇ ଯୁବତୀଜଣକ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର