ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା କରି ଫେରାର୍‌ ହେଲେ ଅଭିଯୁକ୍ତ ଓ ପରିବାର ଲୋକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ୟୁନିଟ -୧ ସ୍ଥିତ ଜିଇଡି ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଅଭିଯୋଗ ହୋଇଛି ‌ଯେ ସୁଶାନ୍ତ ନାୟକକୁ ହତ୍ୟା କରିଛନ୍ତି ସୁଜିତ ନାୟକ। ତେବେ ପୂର୍ବ ଶତ୍ରୁତାକୁ ନେଇ ୩ରୁ ୪ ଜଣ ଯୁବକଙ୍କ ସହାୟତାରେ ଗୋଡ଼େଇ ଗୋଡ଼େଇ ସୁଜିତ ଯୁବକଙ୍କ ହତ୍ୟା କରିଥିବା ବେଳେ ତାଙ୍କ ମୃତଦେହ ଏକ କ୍ବାଟର୍ସ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି।

ମୃତକ ସୁଶାନ୍ତ ନାୟକ ଭୋର ୪ଟା ସମୟ‌ରେ ତାଙ୍କ ସ୍ତ୍ରୀଙ୍କୁ ଚାକିରୀରେ ଛାଡି ଫେରୁଥିବା ସମୟରେ ହତ୍ୟାକାରୀ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ସୂଚନା ରହିଛି ଯେ ସୁଶାନ୍ତଙ୍କ ନାବାଳିକା ଝିଆରୀକୁ ମାସେ ପୂର୍ବରୁ ଅସଦାଚରଣ କରିଥିଲେ ସୁଜିତ।

ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଏହି ବିବାଦ ଯୋଗୁ ସୁଜିତ ସୁଶାନ୍ତଙ୍କୁ ହତ୍ୟା କରିଥିବା ସୁଶାନ୍ତଙ୍କ ମାଆ ଅଭିଯୋଗ ଆଣି ଗଣମାଧ୍ୟମରେ ତାଙ୍କର ବୟାନ ଦେଇଛନ୍ତି। ଅନ୍ୟପକ୍ଷେ ସୁଜିତ୍ ନାୟକ ଓ ତାର ପରିବାର ଲୋକ ଘଟଣା ଘଟାଇ କେଉଁଆଡ଼େ ଫେରାର ଅଛନ୍ତି । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର