ଗାଡ଼ି ପାର୍କିଂ ବେଳେ ଯୁବକଙ୍କୁ ଖଣ୍ଡା ଚୋଟ

ଖଣ୍ଡା ଜବତ, ଯୁବକ ଅଟକ

ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ ଖଣ୍ଡଗିରିସ୍ଥିତ ଆମ୍ବେଦକର କଲେଜ୍ ନିକଟରେ ଗାଡ଼ି ରଖିବାକୁ ନେଇ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ। ଗୁରୁତର ଯୁବକ ହେଉଛି, ଖଣ୍ଡଗିରିର ପରମାନନ୍ଦ ପୁରୋହିତଙ୍କ ପୁଅ ମଳୟ ପୁରୋହିତ। ଆଜି ରାତି ପ୍ରାୟ ୧୦ଟା ବେଳେ ମଳୟ ତାଙ୍କ ଦୋକାନ ବନ୍ଦ କରି କାର୍ ରାସ୍ତା କଡ଼ରେ ରଖିବାକୁ ଯାଉଥିବା ବେଳେ ଆଉ ଜଣେ ଯୁବକ ସେଠାରେ ଗାଡ଼ି ରଖିବ ବୋଲି କହିଥିଲା।

ମଳୟ ବାଟ ନ ଛାଡ଼ିବାରୁ ଯୁବକ ପାଖରେ ରଖିଥିବା ଏକ ଖଣ୍ଡାରେ ମଳୟଙ୍କ କାର୍‌କୁ ଆକ୍ରମଣ କରିଥିଲେ। ପରେ ମଳୟଙ୍କୁ କାର୍‌ରୁ ଘୋଷାରି ଆଣି ତାଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମଳୟକୁ ଏମ୍ସରେ ଭର୍ତ୍ତି କରିଥିଲା। ଏହା ସହିତ ଆକ୍ରମଣ କାରୀ ଯୁବକକୁ କାବୁ କରିବା ସହିତ ତା’ ନିକଟରୁ ଖଣ୍ଡା ଜବତ କରିଥିଲା।

ସମ୍ବନ୍ଧିତ ଖବର