କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଛି ଆମ୍‌ ଆଦମି ପାର୍ଟି ,  ହେଲେ ଧରାଛୁଆଁ ଦେଉନାହାନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀର ସମସ୍ତ ସାତଟି ଲୋକସଭା ଆସନ ଲାଗି ଆମ୍‌ ଆଦମି ପାର୍ଟି(ଆପ୍‌) କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଛି। ଆପ୍‌ ଅନୁମାନ କରୁଛି ଯେ ଯଦି କଂଗ୍ରେସ ଓ ଦଳ ଅଲଗା ଅଲଗା ଲଢିବେ ତେବେ ଗତ ଥର ଭଳି ଏଥର ବି ଭାରତୀୟ ଜନତା ପାର୍ଟି ସବୁ ୭ଟି ଯାକ ଲୋକସଭା ଆସନରେ ଜୟଯୁକ୍ତ ହେବ। ହେଲେ ରାହୁଲ ଗାନ୍ଧୀ ଆପ୍‌ ସହିତ ମେଣ୍ଟ କରିବାକୁ ରାଜି ନଥିବା କୁହାଯାଉଛି। ଏଥିପାଇଁ ଆପ୍‌ ମମତା ବାନାର୍ଜୀ,ଶରଦ୍‌ ପାଓ୍ଵାର୍‌ ଓ ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ନେତାଙ୍କ ସହାୟତା ଲୋଡିଛି। ଏମାନେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ କରିବା ଲାଗି ପରାମର୍ଶ ଦେଇଥିବା କୁହାଯାଉଛି।

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ଦିଲ୍ଲୀରେ ଲୋକସଭା ନିର୍ବାଚନରେ କଂଗ୍ରେସ ସହିତ ମେଣ୍ଟ ପାଇଁ ‘ଆପ୍‌’ର ନେତା ସଂଜୟ ସିିଂହ ନିକଟରେ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ ଓ ଗୁଲାମ ନବୀ ଆଜାଦ୍‌ଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର