“ଆଜି ଆମ ଉପରେ ହସୁଛ.. ଦିନ ଆସିବ ଲୋକେ ତୁମ ଉପରେ ହସିବେ” ଅଟଳଜୀଙ୍କ ଏହି ଭବିଷ୍ୟବାଣୀ ଆଜି ସତ ପ୍ରମାଣିତ ହୋଇଛି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟଜନକ ରହିଛି । ଆଉ କିଛି ସମୟ ପରେ ଏମ୍ସ ପକ୍ଷରୁ ଏକ ମେଡିକାଲ ବୁଲେଟିନ ଜାରି କରାଯିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଏମ୍ସ ପରିସର, ବିଜେପି କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ବାଜପେୟୀ ଯେ ଦେଶର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅନ୍ୟତମ ସେଥିରେ ଦ୍ୱିମତ ନାହିଁ । ଏପରିକି ବିରୋଧୀ ଦଳ ତାଙ୍କ ନାମକୁ ସମ୍ମାନର ସହ ନେଇଥାଏ । ତେବେ କଂଗ୍ରେସ ଦଳ ସହିତ ତାଙ୍କର ଅନେକ ତିକ୍ତ ମଧୁର ସଂପର୍କ ରହିଆସିଛି । ଅନେକ ସମୟରେ କଂଗ୍ରେସ ପକ୍ଷରୁ ଏହି ମହାନ ନେତାଙ୍କ ସଂପର୍କରେ ଅନେକ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଛି । କିନ୍ତୁ ବିଶାଳ ହୃଦୟର ଅଧିକାରୀ ବାଜପେୟୀ ସେଗୁଡିକୁ ସହରେ ଉଡାଇଦିଅନ୍ତି । ୧୯୯୭ରେ ସେ ସଂସଦରେ ଏକ ଐତିହାସିକ କଥା କହିଥିଲେ । ଯାହାକି ଏବେ ସତ ପ୍ରମାଣିତ ହୋଇଛି । କଂଗ୍ରେସର ତାଛଲ୍ୟର ଜବାବରେ ସେ କହିଥିଲେ ଯେ “ ମୋ କଥା ଲେଖିକି ରଖ । ଆଜି ଆମ ଦଳର କମ ଏମପି/ଏମଏଲଏ ଥିବାରୁ ଆପଣମାନେ (କଂଗ୍ରେସ) ଆମ ଉପରେ ହସୁଛନ୍ତି । କିନ୍ତୁ ଅନ୍ଧାର ହଟିବ, ନୂଆ ସୂର୍ଯ୍ୟୋଦୟ ହେବ, ପଦ୍ମ ଫୁଟିବ । ଦିନ ଆସିବ ସାରାଦେଶରେ ଆମର ସରକାର ଥିବ, ଆମର ଥିବେ ସର୍ବାଧିକ ଏମପି/ଏମଏଲଏ । ସେଦିନ ଆପଣଙ୍କ ଉପରେ ଦେଶ ହସିବ ।”

ତତକାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସେ ସମୟରେ ଅଟଳଜୀଙ୍କ ସଂପର୍କରେ କେତେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ୧୯୯୯ରେ ସେ ବାଜପେୟୀଙ୍କୁ ଗଦ୍ଦାର ( ବିଶ୍ୱାସଘାତକ) ବୋଲି କହିଥିଲେ । ୨୦୦୨ରେ ସୋନିଆ ବାଜପେୟୀ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି କହିଥିଲେ । ଏହାକୁ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା ।

ସମ୍ବନ୍ଧିତ ଖବର