ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ବିଜେପିର ସମାଲୋଚନା

ଭୁବନେଶ୍ୱର : ଜନଜାତିମାନଙ୍କ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନକୁ ସମାଲୋଚନା କରିଛି ବିଜେପି। ଜନଜାତିଙ୍କ ବିକାଶ ପାଇଁ ନୁହେଁ, ବରଂ ନିଜ ଦଳୀୟ ନେତାଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ପରିଷଦ ଗଠନ ହୋଇଛି ବୋଲି ଅଭିଯୋଗ କରିଛି ବିଜେପି । ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ କହିଛନ୍ତି, ଗତ ୧୮ ବର୍ଷ ଶାସନରେ ରହି ମୁଖ୍ୟମନ୍ତ୍ରୀ ଏହି ୯ଟି ଜିଲ୍ଲାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିପାରି ନାହାନ୍ତି। ଆଦିବାସୀମାନଙ୍କୁ ପାନୀୟ ଜଳ, ବିଜୁଳି, ସଡ଼କ ପରି ମୌଳିକ ସମସ୍ୟାର ସମାଧାନ କରିବାରେ ଶାସକ ବିଜେଡି ବିଫଳ ହୋଇଛି। ଏପରି ସ୍ଥଳେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା ଆଦିବାସୀଙ୍କୁ ଆଉ ଏକ ପ୍ରତାରଣା।

ସମ୍ବନ୍ଧିତ ଖବର