ଜେଏମ୍‌ଏମ୍‌-କେଂଗ୍ରେସ-ଆରଜେଡି ମେଣ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଦେଶରେ ଏବେ କଂଗ୍ରେସ ଶାସନ ୭ ରାଜ୍ୟକୁ ବଢ଼ିଲା

ନୂଆଦିଲ୍ଲୀ : ଜେଏମ୍‌ଏମ୍‌-କେଂଗ୍ରେସ-ଆରଜେଡି ମେଣ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଦେଶରେ ଏବେ କଂଗ୍ରେସର ଶାସନ ୭ଟି ରାଜ୍ୟକୁ ବୃଦ୍ଧି ପାଇଛି। କଂଗ୍ରେସ ଏକାକୀ ୫ଟି ରାଜ୍ୟରେ ଶାସନ କରୁଥିବାବେଳେ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ସହଯୋଗୀଙ୍କ ସହାୟତାରେ ଶାସନ କ୍ଷମତାକୁ ଆସିଛି। କଂଗ୍ରେସ ଏକାକୀ ପଞ୍ଜାବ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ପୁଡ଼ୁଚେରିରେ କ୍ଷମତାରେ ରହିଛି। ନିକଟରେ ଶିବସେନା ସହିତ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ସ୍ଥାପନ କରି କଂଗ୍ରେସ ଏବଂ ଏନସିପି କ୍ଷମତା ଦଖଲ କରିଛନ୍ତି। ସେହିଭଳି ଆଜି ଝାଡ଼ଖଣ୍ଡ ନିର୍ବାଚନରେ ମଧ୍ୟ ଜେଏମଏମ ଏବଂ ଆରଜେଡି ସହ ହୋଇଥିବା ମେଣ୍ଟ ବିଜୟୀ ହୋଇଛି। ଫଳରେ ଦୁଇଟି ରାଜ୍ୟରେ କଂଗ୍ରେସ ସହଯୋଗୀ ଦଳଙ୍କ ସହାୟତାରେ ଶାସନ କ୍ଷମତାକୁ ଫେରିଛି।

ସମ୍ବନ୍ଧିତ ଖବର